Friday , August 12 2022
Breaking News
Home / ବିଶେଷ / ମିଶନଶକ୍ତି ଗୃହ ଉଦଘାଟିତ 

ମିଶନଶକ୍ତି ଗୃହ ଉଦଘାଟିତ 

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ବଙ୍ଗାଳପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ମିଶନଶକ୍ତି ଗୃହ ଉଦଘାଟିତ ହୋଇ ଯାଇଛି । ଏହି ଗୃହକୁ ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ସଂଜୟ ଅଗ୍ରୱାଲା ଉଦଘାଟନ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ଆତ୍ମ ନିର୍ଭରଶିଳ ହେବା ଓ ନିଜ କାର୍ଯ୍ୟାଳୟରେ ବସି ନିଜ କାର୍ଯ୍ୟ କରିପାରିବେ ବୋଲି କହିଥିଲେ । ଏହି ଅବସରରେ  ଜିଲା ପରିଷଦ ସଭ୍ୟ ସତ୍ୟାନନ୍ଦନ ରାଉତ, ସରପଂଚ ଅମିୟ କୁମାର ଜେନା, ଆତ୍ମା ଅଧ୍ୟକ୍ଷ ଦିପକ କୁମାର ରାଉତ, ମିଶନ ଶକ୍ତି ବ୍ଲକ୍ ସଂଯୋଜକ ଅଖିଳ କୁମାର ଆଚାର୍ଯ୍ୟ , ଗୁଣନିଧି ଦାସ ପ୍ରମୁଖ ଉପସ୍ଥିତ ହୋଇ ମତିଶନଶକ୍ତି ର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ । ଏଥିରେ ମହାସଂଘ ସଭାନେତ୍ରୀ ଗୀତାଂଜଳି ଲେଙ୍କା ଙ୍କ ସମେତ ପଂଚାୟତର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଭ୍ୟାମାନେ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ଚୋରି ଜିନିଷ ଉଦ୍ଧାର:  ୪ଚୋର ଗିରଫ

 ନିରାକାରପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା  ନିରାକାରପୁର ଥାନା ଅଂଚଳରେ ପୃଥକ ପୃଥକ ଦୁଇଟି ଚୋରି ଘଟଣାରେ ପୋଲିସ କୁ …

Leave a Reply

Your email address will not be published.