Friday , August 12 2022
Breaking News
Home / ବିଶେଷ / ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆଇସୋଲୋସନ୍ ସେଂଟର ମାନ ଖୋଲାଯାଇଥିଲା । ଏହିସବୁ କେନ୍ଦ୍ର ପାଇଁ ଖଟ, ବେଡ଼ସିଟ, ବାଲଟି, ମଗ, ୱାଟର ଫିଲଟର, ଇନଭର୍ଟର, ଗଦି, ତକିଆ ଆଦି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ କିଣାଯାଇଥିଲା । ଏ ବାବଦରେ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି । ପରବର୍ତୀ ସମୟରେ ସରକାର ଏହି ସବୁ ସେଂଟର ଉଠାଇଦେବା ପରେ ସେ ସବୁ ମୂଲ୍ୟବାନ ସରଂଜାମ ବିଭିନ୍ନ ପଂଚାୟତ ସ୍ତରରେ ରହିଛି ।  ଏବେ ପଂଚାୟତ ନିର୍ବାଚନ ସରି ନୂଆ ପ୍ରତିନିଧିମାନେ ଦାୟିତ୍ୱ ନେଇସାରିଲେଣି । ତେବେ ଏସବୁ ସରଂଜାମ ହସ୍ତାନ୍ତର ହୋଇଛିକି ନାହିଁ ଏବଂ ସେଗୁଡ଼ିକର ସ୍ଥିତି କଣ ତାହା ଜଣାପଡ଼ୁନାହିଁ । ଏଭଳି ସ୍ଥିତିରେ ବଡ଼ଚଣା ବିଡ଼ିଓ ତାଙ୍କ ଅଧିନରେ ଥିବା ସମସ୍ତ ପଂଚାୟତ କୁ ସେହିସବୁ ସରଂଜାମ ଗୁଡ଼ିକ ତିନି ଦିନ ମଧ୍ୟରେ ବ୍ଲକ କୁ ହସ୍ତାନ୍ତର କରିବା ପାଇଁ କରିଥିବା ଚିଠି ସାମଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ସେହି ପରିପ୍ରେକ୍ଷୀରେ ଗରଦପୁର ବିଡ଼ିଓ ରଂଜିତ କୁମାର ମଲିକ୍ କେବେ ଓ କେଉଁଦିନ ଏଭଳି ଚିଠି କରିବେ ତାହା ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ଗଙ୍ଗାଧର ଓଡ଼ିଶାର କାଳିଦାସ – ଉତ୍କଳ ସମ୍ମିନଳନୀ

(ମେହେର ଜୟନ୍ତୀ ପାଳନ) ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ୱଭାବ କବି ରଙ୍ଗାଜୀବ ଗଙ୍ଗାଧର …

Leave a Reply

Your email address will not be published.