ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତକାଲି ବେଡ଼ାରୀ ପ୍ରାଥମିକ କୃଷି ସମବାୟ ସମିତି ର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ସମିତିର ୬ ନମ୍ବର ଜୋନ୍ ନିର୍ବାଚନ ମଣ୍ଡଳୀରୁ ଅଭୟ କୁମାର ରାଉତ ସେଓ ଚିହ୍ନରେ ନିର୍ବାଚନ ଲଢ଼ୁଥିଲେ । ତାଙ୍କ ସହିତ ଦିଲିପ କୁମାର ସାହୁ ଅଟୋ ରିକ୍ସା ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଥିଲେ । ଗତକାଲି ଅପରାହ୍ନ ୪ ଟା ବେଳେ ଭୋଟ ଗ୍ରହଣ ପରେ ଭୋଟ ଗଣତି କରାଯାଇଥିଲା । ଅଭୟ କୁମାର ରାଉତଙ୍କ ସେଓ ଚିହ୍ନରେ ୯ ଗୋଟି ମୋହର ବାଜିଥିବାସ୍ଥଳେ ତାଙ୍କ ପ୍ରତିଦ୍ୱନ୍ଦି ଦିଲିପଙ୍କ ଅଟୋ ରିକ୍ସା ଚିହ୍ନରେ ୮ ଗୋଟି ମୋହର ବାଜିଥିଲା । ଜଣେ ଭୋଟ ଦାତା ଅଭୟଙ୍କ ସେଓ ଚିହ୍ନରେ ଆଂଶିକ ମୋହର ମାରିଥିବାରୁ ତାହା ସାମନ୍ୟା ଅସ୍ପଷ୍ଟ ଥିଲା । ହେଲେ ନିର୍ବାଚନ ଅଧିକାରୀ ଏହି ବାଲଟ ଟିକୁ ଭଲଭାବେ ନଦେଖି ଜବକାଚ ଦ୍ୱାରା ବାଲାଟକୁ ନିରୀକ୍ଷଣ ନକରି ନାକଚ କରିଦେଇଥିଲେ । ଅଭୟଙ୍କ ନିର୍ବାଚନ ଏଜେଂଟ ପ୍ରତିବାଦ କରିଥିଲେ ମଧ୍ୟ ନିର୍ବାଚନ ଅଧିକାରୀ କିଛି ଶୁଣିନଥିଲେ । ବରଂ ନିର୍ବାଚନ ଅଧିକାରୀ ଲଟେରୀ ଉଠାଣ କରାଇ ଦିଲିପ କୁମାର ସାହୁଙ୍କୁ ବିଜୟୀ ଘୋଷଣା କରିଥିଲେ । ଯାହାଫଳରେ କି ଏହି ଅନ୍ୟାୟ ପ୍ରତିବାଦ କରି ଏହି ଫଳାଫଳରେ ଏଜେଂଟ ସ୍ୱାଖର କରିନଥିଲେ । ଯାହାଫଳରେ ଅଭୟ କୁମାର ରାଉତ ଫଳାଫଳରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ନ୍ୟାୟ ପାଇବା ପାଇଁ କେନ୍ଦ୍ରାପଡ଼ା ସମବାୟ ସହକାରୀ ନିବନ୍ଧକ ଙ୍କ ନିକଟରେ ଅଭିଯୋଗ ଦାଖଲ କରି ବାଲଟକୁ ଜବକାଚ ସାହାଯ୍ୟରେ ତନଖି କରି ପୁନର୍ଗଣତି କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ଓଡ଼ିଶା ସମାଚାର
Check Also
ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ ପ୍ରତିବାଦ ଓ ଚକାଜାମ ଆନ୍ଦୋଳନ
କେନ୍ଦ୍ରାପଡ଼ା, ୩୧/୭/୨୦୨୨(ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ହୋଇଥିବା ଐତିହାସିକ ଆନ୍ଦୋଳନକାରୀ କୃଷକମାନଙ୍କୁ ଦେଇଥିବା ପ୍ରତିଶୃତିକୁ ମୋଦି ସରକାର …