ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୪ତମ ଶ୍ରାଦ୍ଧ ଦିବସ ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତର ମହମୁଦାସ୍ଥିତ କାଳିଆଘାଇ ନଟବର ଉଚ ବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଦୂର୍ଗା ଚରଣ ପାଲ ସଭାପତିତ୍ୱ କରିଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସ୍କୁଲ ର ପ୍ରତିଷ୍ଠାତା ତଥା ସମାଜସେବୀ ଅନାଦି ଚରଣ ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ନବୀନ ଚନ୍ଦ୍ର ବେହେରା , ସାମ୍ବାଦିକ ନବଘନ ନାୟକ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ର ଅମର କିର୍ତୀ , କୃତି ଓ ତ୍ୟାଗପୂତ ଜୀବନ ସମ୍ପର୍କରେ ଛାତ୍ର ଛାତ୍ରୀ ଙ୍କ ନିକଟରେ ଆଲୋକପାତ କରିଥିଲେ । ଏଥିରେ ଉର୍ମିଳା କୁମାରୀ ମିଶ୍ର , ଚୌଧୁରୀ କିର୍ତିରଂଜନ ପଟ୍ଟନାୟକ,ରଂଜିତ କୁମାର ପ୍ରଧାନ, ଶୁଧାରାଣୀ ସାମନ୍ତରାୟ, ଦିଲିପ କୁମାର ମହାନ୍ତି, ପ୍ରଶାନ୍ତ କୁମାର ଦାସ, ପ୍ରଫୁଲ କୁମାର ସାହୁ, ରଂଜନ କୁମାର ବେହେରା,ପ୍ରଦୀପ କୁମାର ମହାନ୍ତି , ଶଶିକାନ୍ତ ପରିଡ଼ା ପ୍ରମୁଖ ଶିକ୍ଷକ ଗଣ ଉପସ୍ଥିତ ଥିଲେ । ସେହିପରି ପାଟକୁରା ଉଚ ବିଦ୍ୟାଳୟରେ ଥିବା ଉକ୍ରଳମଣି ଗୋପବନ୍ଧ ଦାସ ଙ୍କ ପ୍ରତିମୂର୍ତିରେ ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଗୋପବନ୍ଧୁଙ୍କ ସେବା ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଶିକ୍ଷୟିତ୍ରୀ ରୀନାବାଳା ମହାନ୍ତି, ଅନ୍ନପୂର୍ଣ୍ଣା ରାଉତ, ସୁଶାନ୍ତ କୁମାର ବେହେରା,ମାମୁନୀ ସାହୁ, ପଦୀପ୍ତ କୁମାର ବେହେରା, କବିତା ସାମଲ, ଇତିଶ୍ରୀ ପ୍ରିୟଦର୍ଶିନୀ ପରିଡ଼ା, ସୁଧାଂଶୁ ଶେଖର ସାହୁ, ଦୀପକ ବାରିକ, କମଳା ସିଂ , ସଦକତ୍ ଅଲୀ, ଶୁଭ୍ରା ବେହେରା, ରାଜ କିଶୋର ସାହୁ, ଶୌଭାଗ୍ୟ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର
