Friday , August 12 2022
Breaking News
Home / ବିଶେଷ / ଗୋପବନ୍ଧୁ ନଥିଲେ ପ୍ରାକୃତିକ ବିପର୍ଯ୍ୟୟରରେ ବିପନ୍ନ ଲୋକ ଶେଷ ହୋଇଯାଇଥାନ୍ତେ – ପ୍ରଶାନ୍ତ ମୁଦୁଲି 

ଗୋପବନ୍ଧୁ ନଥିଲେ ପ୍ରାକୃତିକ ବିପର୍ଯ୍ୟୟରରେ ବିପନ୍ନ ଲୋକ ଶେଷ ହୋଇଯାଇଥାନ୍ତେ – ପ୍ରଶାନ୍ତ ମୁଦୁଲି 

ରଘୁନାଥପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ବର୍ତମାନ ବନ୍ୟା, ବାତ୍ୟା, ମରୁଡି ଆଦି ବିପର୍ଯ୍ୟୟରେ ବିପନ୍ନ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ୍ରାଫ୍ ଟିମ୍ ସହାୟତାରେ ସେଙ୍ଗ ସେଙ୍ଗ ରିଲିଫ୍ ଯୋଗାଇ ଦେଉଛନ୍ତି । ସେ ସମୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ନଥିଲେ ବିପର୍ଯ୍ୟୟରେ ବିପନ୍ନ ଲୋକମାନେ ପୋକ, ମାଛି ଭଳି ମରିଯାଇଥାନ୍ତେ ବୋଲି ଆଜି ଅୟର ସ୍ଥିତ ଶଙ୍କରେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଣ୍ଡିତ ଗୋପବନ୍ଧୁଙ୍କର ପ୍ରତିମୂର୍ତିକୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସରକାରି ଦଳର ମୁଖ୍ୟସଚେତକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଉନ୍ମୋଚନ କରି ଏହା କହିଥିଲେ । ମୁଖ୍ୟସଚେତକ ଶ୍ରୀ ମୁଦୁଲି ଆହୁରି କହିଲେ ଗୋପବନ୍ଧୁଙ୍କର ଅନିର୍ବାଣ ଆଲୋକ ଓଡିଆ ଜାତିକୁ ଚିରଦିନ ଆଲୋକିତ କରୁଥିବ । ଏଥିରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ପୌରହିତ୍ୟ କରି ମହାତ୍ମା ଗାନ୍ଧୀ ଓଡିଶା ଆସିଥିବା ସମୟରେ ଗୋପବନ୍ଧୁଙ୍କର ଜନସେବାରେ ଅଭିଭୂତ ହୋଇପଡିବା ସହିତ ଗୋପବନ୍ଧୁ ଉତ୍କଳର ମଣି ନଥିଲେ ସେ ଥିଲେ ଓଡିଶାର ଅମୂଲ୍ୟ ମଣି ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ପ୍ରତ୍ୟେକ ଲୋକଙ୍କୁ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରି ତାଙ୍କର ସେବା କରୁଥିଲେ । ଏଥିରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜଗତସିଂହପୁର ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା ଯୋଗଦେଇ ଜଗନ୍ନାଥ ତତ୍ୱରେ ସମଗ୍ର ବିଶ୍ୱବାସୀ ଅନୁପ୍ରାଣିତ ହେବା ଏକମାତ୍ର ସ୍ୱପ୍ନ ଥିଲା ପଣ୍ଡିତ ଗୋପବନ୍ଧୁ ଦାସଙ୍କର । ଏଥିରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜଗତସିଂହପୁର ବ୍ଲକର ଉପାଧ୍ୟକ୍ଷ ରତିରଞ୍ଜନ ବେହେରା ଯୋଗଦେଇ ପଣ୍ଡିତ ଗୋପବନ୍ଧୁଙ୍କ ଭଳି ତ୍ୟାଗ ସମଗ୍ର ବିଶ୍ୱରେ ବିରଳ ବୋଲି କହିଥିଲେ । ଏଥିରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ସଦାଶିବ ବିଶ୍ୱାଳ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ନିଜର ପୁଅ ଝିଅକୁ ମୃତୁ୍ୟ ମୁଖକୁ ଠେଲିଦେଇ ହଜାର ହଜାର ବିପନ୍ନ ଲୋକମାନଙ୍କୁ ରିଲିଫ ଦେଇ ବଂଚାଇଥିଲେ ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଇଂ ବାବାଜୀ ଚରଣ ଜେନା, ପାର୍ଥସଖା ପାଲଟା ସିଂହ, ଅଧ୍ୟାପକ ଭଗବାନ ବିଶ୍ୱାଳ, ସମିତିସଭ୍ୟ ଝୁନୁଲତା ବେହେରା, ଶିକ୍ଷାବିତ୍ ପ୍ୟାରୀମୋହନ ପଟ୍ଟନାୟକ, ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ, ପ୍ରଧଶାନ ଶିକ୍ଷୟିତ୍ରୀ ପ୍ରତିଭା ପୃଷ୍ଟି, ଶିକ୍ଷକ ଆଶିଷ କୁମାର ଦାସ, ଶିକ୍ଷୟିତ୍ରୀ ଲୋପାମୁଦ୍ରା ମଲ୍ଲିକ, ଶିକ୍ଷୟିତ୍ରୀ ହରପି୍ରୟା ବେହେରା, ଶିକ୍ଷୟିତ୍ରୀ ନିର୍ମଳା ମହାନ୍ତି, ନେହା ନାୟକ ପ୍ରମୁଖ ଯୋଗଦେଇ ପଣ୍ଡିତ ଗୋପବନ୍ଧୁଙ୍କର ତ୍ୟାଗପୁତ ଜୀବନାଦର୍ଶ ଆଲୋକପାତ କରିଥିଲେ । ଅୟର ସରପଂଚ ମାନସ କୁମାର ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ମୁଖ୍ୟ ସଚେତକ ଶ୍ରୀ ମୁଦୁଲିଙ୍କୁ ଗୋପବନ୍ଧୁ ସେବା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ମୁଖ୍ୟଅତିଥି ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଚୋରି ଜିନିଷ ଉଦ୍ଧାର:  ୪ଚୋର ଗିରଫ

 ନିରାକାରପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା  ନିରାକାରପୁର ଥାନା ଅଂଚଳରେ ପୃଥକ ପୃଥକ ଦୁଇଟି ଚୋରି ଘଟଣାରେ ପୋଲିସ କୁ …

Leave a Reply

Your email address will not be published.