କଟକ ସଦର, ୨୯/୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ଏସସିଵି ଵଡ ଡାକ୍ତରଖାନାକୁ ବିଶ୍ୱସ୍ତରୀୟ କରିଵାକୁ ଉଦ୍ୟମ ତ୍ୱରାନ୍ୱିତ ହୋଇଥିବା ବେଳେ ରିକିତ୍ସା ସୁଵିଧା ପାଇଁ ବିଭିନ୍ନ ଵିଭାଗରେ ବିଶେଷଜ୍ଞ ପ୍ରଫେସର ପଦବୀ ଖାଲିପଡ଼ିଛି। ଯାହାଫଳରେ ରାଜ୍ୟର ସବୁଠାରୁ ଵଡ ରେଫରାଲ ହସ୍ପିଟାଲ ଭାବେ ଏସସିଵିରେ ବିଶେଷଜ୍ଞ ଡାକ୍ତର ସମସ୍ୟା ଏକ ବିରାଟ ସମସ୍ୟା ଭାବେ ଉଭା ହୋଇଛି ଯାହାକି ଚିକିତ୍ସା ବ୍ୟବସ୍ଥାକୁ ଧିରେଧିରେ ପଙ୍ଗୁ କରିଵାକୁ ବସିଲାଣି।ତେଵେ ଯଦି ଦେଖାଯାଏ ତେବେ ନେଫ୍ରୋଲୋଜି, ଗ୍ୟାଷ୍ଟୋଏଣ୍ଟ୍ରୋଲୋଜି, ସର୍ଜରି, ଫିଜିଓଲୋଜି, ଟ୍ରାନ୍ସଫିୟୁଜନ, ମେଡିସିନ ଭଳି ଅନେକ ଵିଭାଗ ବିଶେଷଜ୍ଞ ଶୂନ୍ୟ ହୋଇଛି। ସେଥିରେ ଏସସିଵି ମେଡିକାଲ ରିମାଟୋଲୋଜି ଵିଭାଗର ନାଁ ଵଦଳା ଯାଇ କ୍ଲିନିକାଲ ଇମ୍ୟୁନୋଲୋଜି ଆଣ୍ଡ ରିମାଟୋଲୋଜି ଭାଵେ ନ୍ୟାସନାଲ ମେଡିକାଲ କମିଶନ( ଏନ ଏମ ସି) ଙ୍କ ପକ୍ଷରୁ ପରିବର୍ତ୍ତନ ହୋଇଛି।ହେଲେ ଏହି ଵିଭାଗ ମଧ୍ୟ ଖାଲିଥିବା ବିଶେଷଜ୍ଞ ଡାକ୍ତର ତାଲିକାରେ ଯୋଡି ହେଵାକୁ ଯାଉଛି।କାରଣ ଏହି ବିଭାଗର ଵିଭାଗୀୟ ମୂଖ୍ୟ ବିଶେଷଜ୍ଞ ପ୍ରଫେସର ତଥା ରାଜ୍ୟର ଜଣେ ସୁନାମଧନ୍ୟ ଡାକ୍ତର ବିଦ୍ୟୁତ୍ ଦାସ ଆସନ୍ତା କାଲି ୩୦ ତାରିଖ ଗୁରୁବାର ଅଵସର ଗ୍ରହଣ କରିଵାକୁ ଯାଉଛନ୍ତି। ସେହିପରି ଵଡ ଡାକ୍ତରଖାନାର ଵର୍ଣ୍ଣ ୟୁନିଟ ରେ ଆଇସିୟୁ ନଥିଵାରୁ ପୋଡି ହୋଇଥିବା ଗୁରୁତର ରୋଗୀମାନଙ୍କୁ ଜରୁରୀ ସେଵା ମିଳିପାରୁନାହିଁ।ଯାହା ଫଳରେ ଏସସିଵିରୁ ରୋଗୀମାନେ ଘରୋଇ ନର୍ସିଂହୋମ୍ ସ୍ଥାନାନ୍ତରିତ ହେଉଛନ୍ତି। ଯେଉଁ ଗୁରୁତର ପୋଡା ରୋଗୀଙ୍କର ଆର୍ଥିକ ଅବସ୍ଥା ଭଲ ନାହିଁ ସେମାନଙ୍କ ମଧ୍ୟରୁ କିଏ କିଏ ଆଶୁ ଚିକିତ୍ସା କେନ୍ଦ୍ରରେ ପଡି ପଡି ଆଖି ବୁଝୁଛି ତ ଆଉ କିଏ ସର୍ଜରୀ ଓ ଵର୍ଣ୍ଣ ୟୁନିଟ୍ ରେ ଜୀଵନ ହାରୁଛି। ସରକାର ତୁରନ୍ତ ଏହିସବୁ ସମସ୍ୟାର ଯଦି ସମାଧାନ ନକରନ୍ତି ତେଵେ ରାଜ୍ୟର ନାମକରା କଟକ ଵଡ ଡାକ୍ତରଖାନାରେ ଚିକିତ୍ସା ସେଵା ବିପର୍ଯ୍ୟସ୍ତ ହେଵା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଓଡ଼ିଶା ସମାଚାର
