Friday , August 12 2022
Breaking News
Home / ବିଶେଷ / ଆଜି ନେତ୍ରୋତ୍ସବ: ଅନ୍ତିମ ପର୍ଯ୍ୟାୟରେ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ

ଆଜି ନେତ୍ରୋତ୍ସବ: ଅନ୍ତିମ ପର୍ଯ୍ୟାୟରେ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ

କେନ୍ଦ୍ରାପଡ଼ା, ୨୯/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନେତ୍ରୋତ୍ସବ ଆଜି । ପ୍ରଭୁ ଶ୍ରୀଜୀଉଙ୍କ ନବ ଯୌବନ ଦର୍ଶନ କରିବେ ଭକ୍ତ ଓ ଶ୍ରଦ୍ଧାଳୁମାନେ । ଏଥିପାଇଁ ସିଦ୍ଧବଳଦେବଜୀଉ ମନ୍ଦିର ପ୍ରଶାସନ ପକ୍ଷରୁ ରଥ ନିର୍ମାଣ କାର୍ଯ୍ୟ ବିଶ୍ୱକର୍ମାମାନଙ୍କ ଦ୍ୱାରା ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ଶୁକ୍ରବାର ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ରଥଯାତ୍ରା । ସେହି ଅନୁଯାୟୀ ତୁଳସୀକ୍ଷେତ୍ରରେ ମଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଗଡ଼ିବ । ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଂଚିଛି । ନେତ୍ରୋତ୍ସବ ପରଦିନ ଅନୁଷ୍ଠିତ ହେବ ଉଭା ଯାତ୍ରା । ଏହା ପରଦିନ ଗୁଣ୍ଡିଚା ବା ଘୋଷ ଯାତ୍ରା । ଶ୍ରୀଜୀଉମାନେ ଅଣସର ଘରେ ଅଛନ୍ତି । ନେତ୍ରୋତ୍ସବ ଦିନ ଠାକୁରଙ୍କ ନେତ୍ର ଫିଟିବ । ଏହି ଦିନ ଠାକୁରମାନେ ଅଣସରପିଣ୍ଡି ଛାଡିବେ । ଠାକୁରମାନେ ଆସି ମଝି ଦେଉଳରେ ଉଭା ହେବେ । ଏହାପରେ ଠାକୁରମାନେ ଆଉ ରତ୍ନ ବେଦୀକୁ ବିଜେ କରିବେ ନାହିଁ । ଏହାର ପରଦିନ ଅର୍ଥାତ ଶ୍ରୀଗୁଣ୍ଡିଚା ଦିନ ପହଣ୍ଡି ହୋଇ ରଥକୁ ବିଜେ କରିବେ । ବାହୁଡା ଯାତ୍ରା ସାରି ନିଳାଦ୍ରୀ ବିଜେ ଦିନ ଶ୍ରୀଜୀଉମାନେ ପୁଣି ବଡ଼ ଦେଉଳକୁ ବିଜେ କରିବେ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ୨୦୨୦ ଓ ୨୦୨୧ ମସିହାରେ କରୋନା କଟକଣା ଯୋଗୁଁ ରଥଯାତ୍ରା ଅନୁଷ୍ଠିତ ହୋଇ ନ ଥିଲା । କରୋନା କଟକଣା ଏଥିରେ ବାଧକ ସାଜିଥିଲା । ଯାହାଦ୍ୱାରା ଭକ୍ତମାନେ ଠାକୁରଙ୍କୁ ରଥରେ ଦେଖିବାର ସୁଯୋଗରୁ ବଂଚିତ ହୋଇଥିଲେ । କିନ୍ତୁ ଚଳିତ ବର୍ଷ ଆଉ କଟକଣା ପ୍ରାୟତଃ ନାହିଁ । କିନ୍ତୁ ଏବେ କରୋନା ଟିକେ ଉପହମୁହାଁ ହୋଇଥିବାରୁ ତୁଣ୍ଡି ବ୍ୟବହାର କରିବା ସ୍ୱାସ୍ଥ୍ୟ ପକ୍ଷରେ ଲାଭ ଦାୟକ ହେବ । କାରଣ ପ୍ରବଳ ଗହଳି ଯୋଗୁ ଯଦି କୌଣସି ବ୍ୟକ୍ତି ସଂକ୍ରମିତ ହୋଇଥିବେ ତାହା ହେଲେ ତାହା ଅନ୍ୟ ଭକ୍ତଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି । ତେଣୁ ତୁଣ୍ଡି ବ୍ୟବହାର କରିବା ଉଚିତ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । କାରଣ କରୋନା ଜାତୀୟ ସ୍ତରରେ ଦୁଇ ଅଙ୍କ ଛୁଇଁ ସାରିଲାଣି । ଓଡିଶାରେ ମଧ୍ୟ ଏହା ଉପରମୁହାଁ ଅଛି । ତେଣୁ କିପରି ସୁରକ୍ଷିତ ରଥଯାତ୍ରା ଅନୁଷ୍ଠିତ ହେବ ସେ ନେଇ ଶ୍ରୀବଳଦେବଜୀଉ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ଚଳିତ ରଥଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ । କାରଣ ଦୁଇ ବର୍ଷ ହେବ ଭକ୍ତମାନେ ରଥଯାତ୍ରା ଦେଖିବାରୁ ବଂଚିତ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ଗଣେଶ୍ୱରଙ୍କ ଅକାଳ ମୃତୁ୍ୟରେ ଶୋକାକୁଳ ହୋଇପଡିଛି ଗ୍ରାମ

କେନ୍ଦ୍ରାପଡ଼ା, ୧୨/୦୮/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତଗାଙ୍ଗପଡା ଗ୍ରାମପଂଚାୟତର ଗୋଗୁଆ ଗ୍ରାମର ଗଣେଶ୍ୱର ଓଝାଙ୍କର ୪୭ବର୍ଷ ବୟସରେ ଅକାଳ ମୃତୁ୍ୟ ହୋଇଯାଇଛି …

Leave a Reply

Your email address will not be published.