Friday , August 12 2022
Breaking News
Home / ବିଶେଷ / ଆଗାମୀ ଓଡିଶା ପକ୍ଷରୁ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧୋତ୍ସବ ପାଳିତ

ଆଗାମୀ ଓଡିଶା ପକ୍ଷରୁ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧୋତ୍ସବ ପାଳିତ

ରଘୁନାଥପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଜାତୀୟ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ଓ ସମାଜର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଜଗତସିଂହପୁର ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଜୟପ୍ରକାଶ ଶିକ୍ଷା ନିକେତନ ସଭାଗୃହରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି ।  ଏହି ଶ୍ରାଦ୍ଧୋତ୍ସବରେ ମୁଖ୍ୟଅତିଥି ଭାବେ ରଘୁନାଥପୁର ମଣ୍ଡଳ ଶିକ୍ଷା ଅଧିକାରୀ ବିଜୟ କୁମାର ସ୍ୱାଇଁ ଯୋଗଦେଇ ବିଦ୍ୟାଳୟ ପରିସରରେ  ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏଥି ଉପଲକ୍ଷେ ଅନୁଷ୍ଠିତ ସଭାରେ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ଉତ୍କଳମଣି ଗୋପବନ୍ଧୁ ଥିଲେ ତ୍ୟାଗର ମୂର୍ତିମନ୍ତ ପ୍ରତୀକ, ତାଙ୍କରି ଆଦର୍ଶରେ ଛାତ୍ରଛାତ୍ରୀମାନେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ଯୋଗଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଭାରତ ରତ୍ନ ଦିଆଯିବକୁ ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଆମ ଗାଁ ସାହିତ୍ୟ ସଂସଦର ସଭାପତି ସାହିତି୍ୟକ ଅଲେଖ ଚନ୍ଦ୍ର ବେହେରା ଯୋଗଦେଇ ଉତ୍କଳମଣି ଗୋପବନ୍ଧୁ ଦିନ ଦରିଦ୍ର, କ୍ଷୁଧାର୍ଥ ଏବଂ ବନ୍ୟା ବାତ୍ୟା ବିପନ୍ନ ଲୋକମାନଙ୍କର ଥିଲେ ଦରଦି ବନ୍ଧୁ । ତାଙ୍କରି ଆଦର୍ଶରେ ଯୁବସମାଜ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ କୁର୍ତାଙ୍ଗ  ସ୍ୱାମୀ ଅରୁପାନନ୍ଦ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ଅଧ୍ୟାପକ ଅଜୟ କୁମାର ଦାସ ଯୋଗ ଦେଇ ଗୋପବନ୍ଧୁଙ୍କ ଆଦର୍ଶରେ ଯୁବସମାଜ ଅନୁପ୍ରାଣିତ ହେଲେ ଭାରତରେ ରାମ ରାଜ୍ୟ ପ୍ରତିଷ୍ଠା ହୋଇପାରିବ ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ବିସି କଲେଜର ପୂର୍ବତନ ଅଧ୍ୟକ୍ଷ ରମାରଞ୍ଜନ ସ୍ୱାଇଁ, ଆଗାମୀ ଓଡିଶା ସଭାପତି ପ୍ୟାରୀମୋହନ ପଟ୍ଟନାୟକ, ଶିକ୍ଷାବିତ ସୁରେଶଚନ୍ଦ୍ର ରାଉତ, ଶିକ୍ଷାବିତ୍ ଯଦୁନାଥ ଜେନା, ସମାଜସେବୀ ପାର୍ଥସଖା ପାଲଟା ସିଂହ, ଅଧ୍ୟାପକ ଭଗବାନ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଗୋପବନ୍ଧୁ କେବଳ ଉତ୍କଳର ମଣି ନଥିଲେ ସେ ଥିଲେ ବିଶ୍ୱର ମଣି ଥିଲେ ବୋଲି କହିଥିଲେ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଇଂ ବାବାଜି ଚରଣ  ଜେନା ପୌରହିତ୍ୟ କରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଭଳି ମହାପୁରୁଷ ସମଗ୍ର ବିଶ୍ୱରେ ବିରଳ ବୋଲି କହିଥିଲେ । ଏହି ଉତ୍ସବରେ ଜୟପ୍ରକାଶ ନିକେତନର ପ୍ରଧାନଶିକ୍ଷକ ରଞ୍ଜନ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ବରିଷ୍ଠ ଶିକ୍ଷକ ପବିତ୍ର କୁମାର ସ୍ୱାଇଁ, ସୁବାସ ଚନ୍ଦ୍ର ନାୟକ, ସୁଧିର କୁମାର ସାହାଣି, ଧରଣିଧର ଜେନା, ସୁରେନ୍ଦ୍ର ନାଥ ଦିବେଦୀ, ସୁଧିର କୁମାର ନାୟକ, ଶିକ୍ଷୟିତ୍ରୀ ଯଶୋବନ୍ତୀ ରାଉତ, ବନ୍ଦନା ନାୟକ, ଶିକ୍ଷକ ବିଷ୍ଣୁଚନ୍ଦ୍ର କର, ଶାରଦା ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ଜିବନୀ ପ୍ରତ୍ୟେକ ଛାତ୍ରଛାତ୍ରୀ ପଢିବା ସହିତ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଏଥି ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ପୁରଷ୍କାର ଓ ମାନପତ୍ର ପ୍ରଦାନ କରିବା ସହିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଉପକରଣ ବଂଟନ କରିଥିଲେ । ସକାଳ ୭ଟାରେ ମହାନଦୀର ତାରପୁର ଠାରେ ତିଳତର୍ପଣ କରାଯାଇଥିଲା । ଏଥିରେ ଜିଲ୍ଲା ପରିଷଦ ସଦସ୍ୟା ରିନାରାଣୀ ମଲ୍ଲିକ, ସମାଜସେବୀ ପ୍ରକାଶ କୁମାର ମଲ୍ଲିକ, ତାରପୁର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପ୍ରଣତି ଦାଶ, ନିହାରରଞ୍ଜନ ସାହୁ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ତିଳତର୍ପଣ କରିଥିଲେ । ସେହିପରି ଆଜି ପ୍ରତୁ୍ୟଷରୁ ରଘୁନାଥପୁର ସାନବଜାରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ସମାଜ ବିକାଶ ମିଶନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା । ସ୍ୱାମୀ ଅରୂପାନନ୍ଦ ମହାବିଦ୍ୟାଳୟରେ ଥିବା ଗୋପବନ୍ଧୁ ପ୍ରତିମୂର୍ତି ରେ ଜିଲ୍ଲା ପରିଷଦ ସଦସ୍ୟା ରିନାରାଣି ମଲ୍ଲିକ, ସମିତିସଭ୍ୟ କମଳାକାନ୍ତ ପରିଡା, ନିହାର ରଞ୍ଜନ ସାହୁ, ପ୍ରକାଶ ମଲ୍ଲିକ, ଶିବଶଙ୍କର ମହାନ୍ତି ଓ ସମସ୍ତ ଅଧ୍ୟାପକ/ଅଧ୍ୟାପିକାମାନେ ମାଲ୍ୟାର୍ପଣ କରିଥିଲେ । ସେହିପରି ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରରେ ପ୍ରଧାନ ଶିକ୍ଷୟିତ୍ରୀ ରୋଜି ରାୟ, ବାଳିକା ଉଚ୍ଚ ବିଦ୍ୟାଳୟ ଓ ରଘୁନାଥପୁର ଉ.ପ୍ରା ବିଦ୍ୟାଳୟ, ସିଦ୍ଧେଶ୍ୱରୀ ସରକାରୀ ଉ.ପ୍ରା. ବିଦ୍ୟାଳୟ ଓ ରାଧାନଗର ଉ.ପ୍ରା ବିଦ୍ୟାଳୟରେ ରାଜକିଶୋର ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ସାହୁ, ଶିକ୍ଷକନେତା ନିର୍ମଳେନ୍ଦୁ ସୋମ, ପ୍ରଧାନ ଶିକ୍ଷୟିତ୍ରୀ ମିନାକ୍ଷୀ ପଣ୍ଡା ମାଲ୍ୟାର୍ପଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଗଣେଶ୍ୱରଙ୍କ ଅକାଳ ମୃତୁ୍ୟରେ ଶୋକାକୁଳ ହୋଇପଡିଛି ଗ୍ରାମ

କେନ୍ଦ୍ରାପଡ଼ା, ୧୨/୦୮/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତଗାଙ୍ଗପଡା ଗ୍ରାମପଂଚାୟତର ଗୋଗୁଆ ଗ୍ରାମର ଗଣେଶ୍ୱର ଓଝାଙ୍କର ୪୭ବର୍ଷ ବୟସରେ ଅକାଳ ମୃତୁ୍ୟ ହୋଇଯାଇଛି …

Leave a Reply

Your email address will not be published.