Friday , August 12 2022
Breaking News
Home / ଶିକ୍ଷା / ସ୍କୁଲ ମିଶ୍ରଣକୁ ବିରୋଧ କରି ବଇଓ ଅଫିସ ସମ୍ମୁଖରେ ଧାରଣା 

ସ୍କୁଲ ମିଶ୍ରଣକୁ ବିରୋଧ କରି ବଇଓ ଅଫିସ ସମ୍ମୁଖରେ ଧାରଣା 

ରଘୁନାଥପୁର, ୨୮/୬/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ଶିକ୍ଷା ମଣ୍ଡଳ ଅଧିନରେ ଥିବା ଗୁଆଳିପୁର ପଂଚାୟତ ପାଟେଣି ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ୍ରକୁ ସେହି ପଂଚାୟତ ରାଧାନଗର ସରକାରୀ  ଉଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ବିରୋଧ କରି ସ୍କୁଲ ର ଛାତ୍ର ଛାତ୍ରୀ ଅଭିଭାବକ ଓ ଅଭିଭାବିକା , ଅରଙ୍ଗ ଓ ପାଟେଣି ଗାଁ ଦୁଇଗୋଟି ଗ୍ରାମର ଶତାଧିକ ବ୍ୟକ୍ତି ରଘୁନାଥପୁର ବିଇଓ ଅଫିସ ସମ୍ମୁଖରେ ଧାରଣାରେ ବସିବା ସହିତ ଏହି ନିଷ୍ପତିକୁ ପୁନର୍ବିଚାର କରିବା ପାଇଁ ଜଗତସିଂହପୁର ଜିଲାପାଳଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ସ୍କୁଲ ରେ ବର୍ତମାନ ୬୦ ଜଣ ରୁ ଅଧିକ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଅଧିକାଂଶ ଗରୀବ , ଆଦିବାସୀ ଓ ହରିଜନ ଶ୍ରେଣୀର । ନିଜ ଗ୍ରାମର ଗାରିମା କ୍ଷୁର୍ଣ୍ଣ ନକରିବା ଓ ବହୁ ପୁରାତନ ଏହି ସ୍କୁଲ କୁ ଉଦେଶ୍ୟମୂଳକ ଭାବେ ବନ୍ଦ ନକରିବାକୁ ସେମାନେ ଦାବି କରିଥିଲେ । କୌଣସି ପରିସ୍ଥିତିରେ ସେମାନେ ତାଙ୍କର ପିଲାଙ୍କୁ ରାଧାନଗର ସ୍କୁଲକୁ ଛାଡ଼ିବେ ନାହିଁ ବୋଲି ପ୍ରକାଶ କରିଥିଲେ । ବ୍ଲକ୍ ଶିକ୍ଷାଧିକାରୀ ବିଜୟ କୁମାର ସ୍ୱାଇଁ ପିଲାମାନଙ୍କ ଦାବି ପତ୍ର ଗ୍ରହଣ କରିବା ସହିତ ଏ ବିଷୟରେ ଉପରିସ୍ଥ ପଦାଧିକାରୀ ଯାହା ନିଷ୍ପତି ନେବେ ତାହା କାର୍ଯ୍ୟକାରୀ ହେବ ବୋଲି ପ୍ରକାଶ କରିଛନ୍ତି । ଏହି ଧାରଣା ରେ ସ୍ଥାନୀୟ ସମିତି ସଭ୍ୟ କମଳାକାନ୍ତ ପରିଡ଼ା, ଜିଲା ପରିଷଦ ସଭ୍ୟା ରୀନାରାଣି ମଲିକ, ପୁରୁଷୋତମ ଦାସ, ରବିନ୍ଦ୍ର ସେଠୀ, ପ୍ରକାଶ ମଲିକ୍, ଅଶୋକ ଦାସ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜିତନ ଦାସ, ରଶ୍ମିରଂଜନ ବେହେରା, ପ୍ରମୋଦିନି ସ୍ୱାଇଁ ଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ସରପଞ୍ଚ ଙ୍କ ନିଆରା ପ୍ରୟାସ

Leave a Reply

Your email address will not be published.