Friday , August 12 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ସମୀର ଟ୍ରାକ୍ଟରର୍ସର ନୂତନ ଶୋରୁମ ଉଦଘାଟିତ

ସମୀର ଟ୍ରାକ୍ଟରର୍ସର ନୂତନ ଶୋରୁମ ଉଦଘାଟିତ

କେନ୍ଦ୍ରାପଡ଼ା, ୨୮/୬/୨୦୨୨(ଓଡ଼ିଶା ସମାଚାର)- ସମୀର ଟ୍ରାକ୍ଟରର୍ସର ନୂତନ ଶୋରୁମ ସ୍ଥାନୀୟ କଟକ- ଚାନ୍ଦବାଲି ରାଜ୍ୟ ରାଜପଥର ତ୍ରିଲୋଚନପୁର ଠାରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ତ୍ରିଲୋଚନପୁର ଠାରେ ସମୀର ଟ୍ରାକ୍ଟରର୍ସର ସତ୍ୱାଧୀକାରୀ ସମିର କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଡିିସିବି ବ୍ୟାଙ୍କର ଜାତୀୟ ମୁଖ୍ୟ ନରେନ୍ଦ୍ର ନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମୀର ଟ୍ରାକ୍ଟରର୍ସର ନୂତନ ଶୋରୁମକୁ ଫିତା କାଟି ଉଦଘାଟନ କରିଥିଲେ । ଏହି ଉତ୍ସବରେ ଜନ ଡିଅର ଇଣ୍ଡିଆ ପ୍ରା. ଲିଃ.ର ଓଡିଶା ମୁଖ୍ୟ ତଥା ଆଂଚଳିକ ପ୍ରବନ୍ଧକ ପରିତୋଶ ଶର୍ମା, ଜନ ଡିଅର ଫାଇନାନସିଆଲ ଇଣ୍ଡିଆ ପ୍ରା.ଲିଃ.ର ଓଡିଶା ମୁଖ୍ୟ ତଥା ଆଂଚଳିକ ପ୍ରବନ୍ଧକ ଅଭିଜିତ ସରକାର, ଜନ ଡିଅର ଇଣ୍ଡିଆ ପ୍ରା. ଲିଃ.ର ଟିଏମ ସେଲସ ଶୁଭଲିପସୁ ଜେନା ଏବଂ ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ପରିଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଥିଲେ ଯେ ଉଚ୍ଚ ଶିକ୍ଷିତ ଯୁବକମାନେ ଚାକିରୀ ପଛରେ ନଗୋଡାଇ ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କଲେ ନିଜେ ସ୍ୱାବଲମ୍ବୀ ହୋଇ ଅଧିକ ଅର୍ଥ ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇପାରିବେ । ଜନ ଡିଅର କମ୍ପାନୀ ପକ୍ଷରୁ ଯୋଗଦେଇଥିବା ସମସ୍ତ ଅଧିକାରୀମାନେ ଜନ ଡିଅର ଟ୍ରାକ୍ଟରର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମୀର ଟ୍ରାକ୍ଟରର୍ସରୁ ପୂର୍ବରୁ ଜନ ଡିଅର ଟ୍ରାକ୍ଟର ନେଇଥିବା କେତେକ ଚାଷୀ ଟ୍ରାକ୍ଟର ସମ୍ପର୍କରେ ସେମାନଙ୍କ ମତାମତ ରଖିଥିଲେ । ଏହି ଅବସରରେ ଚାଷୀ ଓ ଗ୍ରାହକମାନଙ୍କୁ ସମୀର ଟ୍ରାକ୍ଟରର୍ସ ପକ୍ଷରୁ ଅତିଥିମାନେ ଉତରୀୟ, ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ମାନିତ କରିବା ସହ ଉପହାର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ନୀଳକଣ୍ଠ ଟ୍ରେଡ଼ର୍ସ ପକ୍ଷରୁ ଚାରମୀନାର ଆଜବେଷ୍ଟସ କମ୍ପାନୀର କର୍ମଶାଳା

ମାହାଙ୍ଗା,୩୦/୦୭/୨୦୨୨(ଓଡିଶା ସମାଚାର /ଅଭୟ ଜେନା)-ଘର କରିବାପାଇଁ ଅଧିକାଂଶ ଲୋକେ ଚାରମିନାର ଆଜବେଷ୍ଟସ ବ୍ୟବହାର କରୁଛନ୍ତି । ଏହି ଘର ତିଆରି …

Leave a Reply

Your email address will not be published.