Thursday , August 18 2022
Breaking News
Home / ବିଶେଷ / ଶ୍ରୀକ୍ଷେତ୍ର ଅଭିମୂଖେ ଭୁବନର ଜଗନ୍ନାଥ ପ୍ରେମୀ

ଶ୍ରୀକ୍ଷେତ୍ର ଅଭିମୂଖେ ଭୁବନର ଜଗନ୍ନାଥ ପ୍ରେମୀ

ଭୁବନ ୨୮/୬/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଜୁଲାଇ ୧ ତାରିଖ ଶୁକ୍ରବାର ଦିନ ମହାପ୍ରଭୁ ଜଗନ୍ନାଥ ଙ୍କ ପବିତ୍ର ରଥଯାତ୍ରାରେ ପ୍ରଭୁଙ୍କୁ ନିକଟରୁ ଦର୍ଶନ କରିବା ଓ ରଥ ଟାଣି କୋଟି ପୂଣ୍ୟ ଅର୍ଜନ କରିବାକୁ ଭୁବନରୁ ଶତାଧିକ ଜଗନ୍ନାଥ ପ୍ରେମୀ ଶ୍ରୀକ୍ଷେତ୍ର ପୁରୀ ଅଭିମୂଖେ ପଦଯାତ୍ରାରେ ଯାଇଛନ୍ତି । ଓସ୍ତାତ ହୃଦାନନ୍ଦ ବେହେରା  ଓ ଧରଣୀଧର ସାହୁ ଙ୍କ ନେତୃତ୍ୱରେ ୧୯୮୫ ମସିହାରୁ ଭୁବନର ଶ୍ରୀଜଗନ୍ନାଥ ଭଜନ ମଣ୍ଡଳୀ ପଦଯାତ୍ରାରେ ଯାଇ ରଥଯାତ୍ରାରେ ସାମିଲ ହେଉଛନ୍ତି । ଦୀର୍ଘ ଦୁଇବର୍ଷହେଲା କରୋନାଜନିତ କଟକଣାଯୋଗୁ ଭୁବନର ଭକ୍ତମାନେ ରଥଯାତ୍ରାରେ ସାମିଲ ହୋଇପାରିନଥିଲେ । ସେଥିଯୋଗୁ ଚଳିତବର୍ଷ ଅନେକ ଉତ୍ସାହୀ ଯୁବକ ପଦଯାତ୍ରାରେ ସାମିଲହୋଇ ପୁରୀ ଯାତ୍ରା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.