ଭୁବନ,୨୮/୬/୨୦୨୨(ଓଡ଼ିଶା ସମାଚାର)- ଭୁବନ ସରସ୍ୱତୀ ଶିଶୁମନ୍ଦିରେ ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଉଥିବା ୪ ଦିନିଆ ସଙ୍କୁଳ ଆଚାର୍ଯ୍ୟ କର୍ମଶାଳା ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀକାଳାଂଶ ଅବସରରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ମୁଖ୍ୟବକ୍ତାଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଭାଗ ଧର୍ମଜାଗରଣ ପ୍ରମୁଖ ଶରତ ପାଣିଗ୍ରାହୀ ଯୋଗଦେଇ ପୂଣ୍ୟଭୂମି ଭାରତ ଉପରେ ସାରଗର୍ଭକ ଭାଷଣ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଭାତ କୁମାର ପଟ୍ଟନାୟକ ,ସଂପାଦକ ଜଗବନ୍ଧୁ ବିହାରୀ, ସଙ୍କୁଳ ପ୍ରମୁଖ ପ୍ରଫୁଲ୍ଲ କୁମାର ସାହୁ ,ସଙ୍କୁଳ ସଂଯୋଜକ ଗୌରଚନ୍ଦ୍ର ନନ୍ଦ, ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ଇନ୍ଦୁଲତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଯୋଗଦେଇଥିଲେ । ଓଡ଼ିଶା ସମାଚାର
