Friday , August 12 2022
Breaking News
Home / କ୍ରୀଡ଼ା / ରାଜ୍ୟ ସ୍ତରୀୟ ବ୍ୟାଡମିନ୍ଟନ ପ୍ରତିଯୋଗୀତା

ରାଜ୍ୟ ସ୍ତରୀୟ ବ୍ୟାଡମିନ୍ଟନ ପ୍ରତିଯୋଗୀତା

ଜୁନାଗଡ଼ ,୨୭ /୦୬/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ଶ୍ରୀ ସମୀର କୁମାର ସାହୁ କଟକ ଜବାହରଲାଲ ଇଣ୍ଡୋର୍ ଷ୍ଟାଡିୟମ୍ ରେ ଅୟୋଜିତ ରାଜ୍ୟ ସ୍ତରୀୟ ବ୍ୟାଡମିନ୍ଟନ ପ୍ରତିଯୋଗୀତା ୫୦+ ଯୁଗଳ ଭେଟ୍ରାନ ପ୍ରତିଯୋଗୀତାରେ ( ଚାମ୍ପିୟନ) ହୋଇ ପୁଣି ଥରେ ଜିଲ୍ଲା ତଥା ଜୁନାଗଡ ପାଇଁ ଗୌରବ ଆଣିଦେଇଛନ୍ତି । ତାଙ୍କର କ୍ରମାଗତ ଭାବରେ ତିନିଟି ଉପବିଜେତା ଓ ଦୁଇଟି ବିଜେତା ହୋଇ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି । ତାଙ୍କର ଏହି ବିଜେତା ପାଇଁ ସାମ୍ବାଦିକ ସଂଘ, ଓକିଲ ସଂଘ, ଜୁନାଗଡ ବ୍ୟାଡମିନ୍ଟନ ଆସୋସିଏସନ୍, ତଥା ଜୁନାଗଡ ର ସମସ୍ତ ସଂଘ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମି ଦିନରେ ଜୁନାଗଡ ବ୍ୟାଡମିନ୍ଟନ ଆସୋସିଏସନ୍ ର ବହୁତ ଖେଳାଳି ଜୁନାଗଡ ପାଇଁ ଗୌରବ ଆଣିବେ ବୋଲି ଶ୍ରୀ ସାହୁ କହିଛନ୍ତି । ଏହି ସଫଳତା ରେ ଜୁନାଗଡ ଇଣ୍ଡୋର୍ ହଲ୍ କୁ ଦେଇଛନ୍ତି କାରଣ ଏହି ଇଣ୍ଡୋର୍ ରେ ପ୍ରାକ୍ଟିସ୍ କରିବା ଦ୍ୱାରା ଖେଳ ରେ ଉନ୍ନତି ଆସୁଛି ବୋଲି ସେ ମତପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡିର ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍- – –

ଛାତ୍ର-ଯୁବ ବିଜେଡିକୁ ୨-୧ରେ ହରାଇଲା ବିଧାୟକ ଏକାଦଶ ଭୁବନେଶ୍ୱର,୨୫ /୦୭/୨୦୨୨(ଓଡ଼ିଶା ସମାଚାର)-  ବିଜୁ ଜନତା ଦଳ (ବିଜେଡି) ପ୍ରତିଷ୍ଠାର ୨୫ …

Leave a Reply

Your email address will not be published.