Thursday , August 18 2022
Breaking News
Home / ବିଶେଷ / ରଥ ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରଥ ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜୁନାଗଡ଼, ୨୮/୬/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ସହର ସ୍ଥିତ ବ୍ଲକ କନଫରେନ୍ସ ହଲ ଠାରେ ଆଜି ଜୁନାଗଡ଼ ତହସିଲଦାର ଙ୍କ ଅଧ୍ୟକ୍ଷତା ରେ ରଥ ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବି. ଏସ. ଏସ. ଓ ତୁଷାରକାନ୍ତ ସାହୁ ସଭା ପରିଚାଳନା କରିଥିବା ବେଳେ ଜୁନାଗଡ଼ ସହର ର ଚାରିଗୋଟି ରଥ କିଭଳି ଗନ୍ତବ୍ୟ ସ୍ଥଳ ମାଉସୀ ମା ଘର କୁ ସୁରୁଖୁରୁରେ ଯିବେ ସେଥି ପାଇଁ କଲମପୁର ଛକ ଜଗନ୍ନାଥ ମନ୍ଦିର କମିଟି, ଜୁନାଗଡ଼ ଦଧିବାମନ ମନ୍ଦିର କମିଟି, ଡ଼ଙ୍ଗାଘାଟ ପଡା ମନ୍ଦିର କମିଟି, ଷ୍ଟେଡ଼ିଅମ ନିକଟସ୍ଥ ମନ୍ଦିର କମିଟି ସଭ୍ୟ ଙ୍କୁ ଜୁନାଗଡ଼ ତହସିଲଦାର ଅନୁରୋଧ କରିଥିଲେ । ସମସ୍ତ ମନ୍ଦିର ପରିଚାଳନା କମିଟି ସଭ୍ୟ ଙ୍କ ମତାମତ ଅନୁଯାଇ ଜୁନାଗଡ଼ ଡ଼ଙ୍ଗାଘାଟ ପଡା ର ରଥ ଅପରାହ୍ନ ୩.୩୦ ମିନିଟ, ବ୍ରାହ୍ମଣପଡା ଦଧିବାମନ ମନ୍ଦିର ର ରଥ ସନ୍ଧ୍ୟା ୪ ଘଣ୍ଟା, କଳମପୁର ଛକ ର ରଥ ସନ୍ଧ୍ୟା ୪ ଘଣ୍ଟା, ଷ୍ଟାଡିଅମ ନିକଟ ରେ ଥିବା ମନ୍ଦିର ର ରଥ ଅପରାହ୍ନ ୩.୩୦ ମିନିଟ ରେ ଟଣା ଯିବାର ନିଷ୍ପତି ନିଆ ଯାଇଛି । ଏହି ସଭା ରେ ଜୁନାଗଡ଼ ବିଦ୍ୟୁତ ବିଭାଗ ର ଏସ. ଡି. ଓ ମନୋଜ ପଟ୍ଟନାୟକ,ଫାୟାର ଅଫିସର ଅପୂର୍ଵ ସାହୁ, ଜୁନାଗଡ଼ ଏନ. ଏ. ସି ଚେୟାରମ୍ୟାନ ମୁକେଶ ଅଗ୍ରୱାଲ, କାର୍ୟ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର, ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଡ଼କ୍ଟର ଭଗବାନ ପଣ୍ଡା ତଥା ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.