Thursday , August 18 2022
Breaking News
Home / ବିଶେଷ / ରଥଦାଣ୍ଡରେ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଏସପିଙ୍କ ସମୀକ୍ଷା

ରଥଦାଣ୍ଡରେ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଏସପିଙ୍କ ସମୀକ୍ଷା

କେନ୍ଦ୍ରାପଡ଼ା, ୨୮/୬/୨୦୨୨(ଓଡ଼ିଶା ସମାଚାର)- ପୁରୀର ଶ୍ରୀକ୍ଷେତ୍ର ଭଳି ଶୁକ୍ରବାର କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ମଧ୍ୟ ଅନୁଷ୍ଠିତ ହେବ ରଥଯାତ୍ରା । ଏଥିପାଇଁ ମଙ୍ଗଳବାର ଆରକ୍ଷୀ ଅଧୀକ୍ଷକ ସନ୍ଦୀପ ସମ୍ପଦ ମଡ଼କର ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ରଥଯାତ୍ରାର ସମୀକ୍ଷା କରିଛନ୍ତି । ରଥ କିପରି ଗଡ଼ିବ, ରଥ ଗଡିବା ବେଳେ କିପରି ଟ୍ରାଫିକ ନିୟନ୍ତ୍ରଣ କରାଯିବ, କେଉଁ କେଉଁ ବାଟ ଦେଇ ଭକ୍ତମାନେ ରଥ ଦାଣ୍ଡକୁ ଯିବେ, କେଉଁ ରାସ୍ତାଗୁଡିକ ସିଲ କରାଯିବ ଓ କେଉଁ ରାସ୍ତା ଦେଇ ସ୍ଥାନୀୟ ଲୋକେ ଯିବା ଆସିବା କରିବେ ଏସମ୍ପର୍କରେ ଏସପି ଶ୍ରୀ ମଡ଼କର ସମୀକ୍ଷା କରିଥିଲେ । ଦୁଇ ବର୍ଷ ହେବ ରଥଯାତ୍ରା ହୋଇ ନ ଥିବାରୁ ଚଳିତ ବର୍ଷ ଅଧିକ ଭକ୍ତଙ୍କ ସମାଗମ ହେବାର ଆଶା କରାଯାଉଛି । ତେଣୁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଟ୍ରାଫିକ ନିୟନ୍ତ୍ରଣ କିପରି କରାଯିବ । ରଥଯାତ୍ରା ସମୟରେ କେତେ ପୋଲିସ ଅଧିକାରୀ ଓ ଫୋର୍ସଙ୍କର ଆବଶ୍ୟକତା ରହିଛି ସେସବୁ ବିଷୟରେଏସପି ସମୀକ୍ଷା କରିଥିଲେ । ଏସପିଙ୍କ ସହ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଡିଏସପି କାର୍ତିକ ମଲ୍ଲିକ, ବରିଷ୍ଠ ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ଟାଉନ୍ ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି, ଦେବୋତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.