Tuesday , September 27 2022
Breaking News
Home / ବିଶେଷ / ଭୁବନର ପ୍ରସିଦ୍ଧ ଗଣେଶପୂଜା ପାଇଁ ଶାନ୍ତିକମିଟିର ପ୍ରସ୍ତୁତି ବୈଠକ

ଭୁବନର ପ୍ରସିଦ୍ଧ ଗଣେଶପୂଜା ପାଇଁ ଶାନ୍ତିକମିଟିର ପ୍ରସ୍ତୁତି ବୈଠକ

 ଅଗଷ୍ଟ ୩୧ ରେ ପୂଜା ଆରମ୍ଭ ,ସେପ୍ଟେମ୍ବର ୭ ରେମିଳିତ ଭସାଣି,ଡିଜେ ସଂପୂର୍ଣ୍ଣ ବନ୍ଦ

ଭୁବନ,୨୮/୬/୨୦୨୨(ଓଡ଼ିଶା ସମାଚାର)- ଭୁବନରେ ଦ୍ୱିତୀୟ ଦଶହରା ର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ଉପଲକ୍ଷେ ମିଳିତ ପୂଜା କମିଟି ତରଫରୁ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଶାନ୍ତିକମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମିଳିତ ପୂଜାକମିଟି ସଭାପତି ଦୀପକ କୁମାର ବେହେରା ଙ୍କ ଅଧ୍ୟକ୍ଷତା ଓ  ଉପ ସଭାପତି ବିନୋଦ କୁମାର ମହାରଣା ଙ୍କ ପରିଚାଳନାରେ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା  । ଆସନ୍ତା ଅଗଷ୍ଟ ମାସ  ୩୧ତାରିଖରୁ ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହୋଇ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ପୂଜାମଣ୍ଡପରେ ଗଜାନନ ଙ୍କ ପୂଜାହେବ ,୫ ଓ ୬ ତାରିଖ ମେଲଣଏବଂ ଆଜ୍ଞାଲଡୁ ନିଲାମ ହେବ ।  ୭ ତାରିଖ ଦିନ ବିନା ଡିଜେ ସାଉଣ୍ଡରେ କେବଳ ପାରମ୍ପରିକ ବାଦ୍ୟ,କୀର୍ତନ ରେ ଭସାଣି ଉତ୍ସବ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବବୋଲି ପୂଜାକମିଟି ତରଫରୁ ସୂଚନା ଦିଆଯାଇଥିଲା । ଗଣେଶପୂଜା ଆରମ୍ଭରୁ ଭସାଣି ପର୍ଯ୍ୟନ୍ତ ନୂଆଭୁବନ ଛକଠାରୁ କଲେଜରୋଡ ପେଟ୍ରୋଲପମ୍ପ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯିବ,ପୂଜାସ୍ଥାନ ଓ ଭସାଣି ଶୋଭାଯାତ୍ରା ରାସ୍ତା ,ଡ୍ରେନ ସଫାକରିବା ଓ ଆବଶ୍ୟକସ୍ଥଳେ ମରାମତି କରାଯିବା,ପୂଜା ସମୟରେ ବିଦ୍ୟୁତକାଟ ଆଦୌ ନହେବା ଏବଂ ଭସାଣି ସମୟରେ ରାସ୍ତାରେ ଝୁଲିରହିଥିବା ବିଦ୍ୟୁତ ତାରର ମରାମତି କରିବା ନିମନ୍ତେ ପ୍ରସ୍ତୁତି ବୈଠକରେ ସ୍ଥିରହୋଇଥିଲା । ଚଳିତବର୍ଷ୧୨ ବର୍ଷ ପୂର୍ତୀ ପାଳନ କରୁଥିବା ନାଇସକ୍ଲବ ଓ ଡାଇନାମିକ କ୍ଲବ ତରଫରୁ ଆଜ୍ଞାଲଡୁ ନିଲାମ କରାଯିବ । ଏହି ପ୍ରସ୍ତୁତି ବୈଠକରେ ହୃଷିକେଶ ଦାସ, ପ୍ରଦୀପ୍ତ ସାହୁ, ସନ୍ତୋଷ ବିହାରୀ , ନାରାୟଣ ବେହେରା , ରାକେଶ ପୃଷ୍ଟି , ପ୍ରଶାନ୍ତ ଦାସ , ଅମ୍ବୁଜ ପୋଥାଳ ପ୍ରମୁଖ  ୨୭ଟି କ୍ଲବର ସଭାପତି,ସଂପାଦକ ଯୋଗଦେଇଥିଲେ । ଶେଷରେ ମିଳିତ ପୂଜାକମିଟି ସଂପାଦକ ଜିତେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.