Friday , August 12 2022
Breaking News
Home / ଶିକ୍ଷା / ବେଦପ୍ରକାଶ ଅଗ୍ରୱାଲା ମେମୋରିଆଲ ବିଲଡ଼ିଂ ର ଶିଳାନ୍ୟାସ 

ବେଦପ୍ରକାଶ ଅଗ୍ରୱାଲା ମେମୋରିଆଲ ବିଲଡ଼ିଂ ର ଶିଳାନ୍ୟାସ 

ଗରଦପୁର, ୨୮/୬/୨୦୨୨(ଓଡ଼ିଶା ସମାଚାର)- କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟ ପରିସରରେ ପାଟକୁରାର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ଙ୍କ ସ୍କୃତି ଉଦେଶ୍ୟରେ ଏକ ନୂତନ ବିଲଡ଼ିଂ ର ଆଜି ଶିଳାନ୍ୟାସ କରାଯାଇଛି । ଏଥିରେ ବିଜେଡ଼ି ର କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ ଅଗ୍ରୱାଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ନୂତନ ବିଲଡ଼ିଂ ର ଶିଳାନ୍ୟାସ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଶ୍ରୀ ଅଗ୍ରୱାଲା ପ୍ରଥମ ପର୍ଯ୍ୟାୟରେ ନୂତନ ବିଲଡ଼ିଂ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରିଥିଲେ । ଆୟୋଜିତ ଉତ୍ସବରେ ଅଧ୍ୟାପକ କ୍ଷିରୋଦ ପ୍ରସାଦ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ  ଓ ଅଧ୍ୟାପିକା ମମତା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।  ଏହି ଅବସରରେ ଅଧ୍ୟାପକ ଅନୀଲ କୁମାର ଦାସ,  ଦିଲିପ କୁମାର ସାହୁ, ବିଜୟ ନାୟକ  ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଉଲେଖ କରିଥିଲେ । ଏଥିରେ ଯୁକ୍ତ ୨ ର ମେଧାବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ, ଯୁକ୍ତ ୩ ର ବିଜ୍ଞାନ ଛାତ୍ର ଦେବାଶିଷ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପ୍ରାଧ୍ୟାପକ ଶଶିକାନ୍ତ ନାୟକ ଧନ୍ୟାବଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗରଦପୁର ବ୍ଲକ୍ ର ଆତ୍ମା ଅଧ୍ୟକ୍ଷ ଦିପକ କୁମାର ରାଉତ , ଜିଲାପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତ ଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା , ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ସରପଞ୍ଚ ଙ୍କ ନିଆରା ପ୍ରୟାସ

Leave a Reply

Your email address will not be published.