Thursday , August 18 2022
Breaking News
Home / ବିଶେଷ / ନିଖୋଜ ଥିବା ସାମ୍ବାଦିକଙ୍କ ପିତାଙ୍କ ମୃତ ଦେହ ଉଦ୍ଧାର

ନିଖୋଜ ଥିବା ସାମ୍ବାଦିକଙ୍କ ପିତାଙ୍କ ମୃତ ଦେହ ଉଦ୍ଧାର

ବାଲିଗୁଡା,୨୮/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳ ର ସାମ୍ବାଦିକ ବିପ୍ର ଚରଣ ସାହୁ(ମିଟୁ)ଙ୍କ ପିତା ବନମାଳୀ ସାହୁ,(୭୭)ଙ୍କ ମୃତ ଦେହ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ଏମସ ହସପିଟାଲ ନିକଟସ୍ଥ କାଜୁ ଜଙ୍ଗଲ ନିକଟରୁ ଉଦ୍ଧାର ହୋଇଥିବା ବିଷୟ ବିପ୍ର ସାହୁ ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ସେ ଗତ ୧୫ ଦିନ ହେଲା, ନିଖୋଜ ହୋଇଯାଇଥିଲେ ବନମାଳୀ ସାହୁ । ଭୁବନେଶ୍ୱର ଡୁମୁଡୁମାରେ କିଛି ମାସ ହେଲା ସାନ ପୁଅ ଘରେ ରହୁଥିଲେ ବନମାଳୀ । ଘରେ କାହାକୁ କିଛି ନ ଜଣାଇ କୁଆଡେ ପଳେଇଥିଲେ । ପରିବାର ଲୋକେ ବନ୍ଧୁବାନ୍ଧବ, ସମ୍ପର୍କୀୟ ଘର ସମେତ ଅନେକ ସ୍ଥାନ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ଭୁବନେଶ୍ୱରର ବିଭିନ୍ନ ପୋଲିସ ଷ୍ଟେସନରେ ଖବର ମଧ୍ୟ ଦିଆଯାଇଥିଲା । ପୋଲିସ କର୍ତ୍ତୃପକ୍ଷ ବହୁ ଖୋଜାଖୋଜି କରିବା ପରେ ସୋମବାର କାଜୁ ଜଙ୍ଗଲରୁ ମୃତ ଦେହକୁ ଉଦ୍ଧାର କରିଛି । ହେଲେ ତାଙ୍କର ମୃତ୍ୟୁ କିପରି ହେଲା ଜଣାପଡିନାହିଁ । ତାଙ୍କର ସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି, ନା ‘କେହି ହତ୍ୟା କରିଛି, ନା ସେ ଆତ୍ମହତ୍ୟା କରିଛନ୍ତି , ତାହା ତଦନ୍ତ ପରେ ଜଣାପଡିବ । ବିପ୍ର ସାହୁଙ୍କ ପିତା ବନମାଳୀ ସାହୁ ବାଲିଗୁଡା ଅଞ୍ଚଳରେ ଶିକ୍ଷକତା କରି ଅବସର ଗ୍ରହଣ କରିବା ପରେ ଭୁବନେଶ୍ୱର ରେ ସାନ ପୁଅ ପାଖରେ ରହି ଆସୁଥିଲେ । ଏହି ଖବର ବାଲିଗୁଡାରେ ପ୍ରଚାରିତ ହେବା ପରେ ସମଗ୍ର ଶିକ୍ଷକ ସମାଜ ଓ ସାମ୍ବାଦିକ ମହଲ ରେ ଶୋକର ଛାୟା ଖେଳିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.