Friday , September 29 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଜିଲା ଶିଳ୍ପ କେନ୍ଦ୍ର ପକ୍ଷରୁ ପଳସୁଧାରେ ସଚେତନତା କାର୍ଯ୍ୟକ୍ରମ 

ଜିଲା ଶିଳ୍ପ କେନ୍ଦ୍ର ପକ୍ଷରୁ ପଳସୁଧାରେ ସଚେତନତା କାର୍ଯ୍ୟକ୍ରମ 

ଗରଦପୁର, ୨୮/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଶିଳ୍ପ କେନ୍ଦ୍ର ପକ୍ଷରୁ  ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କିତ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜିଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଇଂ ଗଣେଷ ଚନ୍ଦ୍ର ବେହେରା ଉପସ୍ଥିତ ଯୁବକ ଓ ସ୍ୱୟଂ ସହାୟକ ମହିଳା ମାନଙ୍କୁ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଆହ୍ୱାନ ଦେଇଥିଲେ ।  ସମ୍ମାନୀତ ଅତିଥି ଭାବେ ଜିଲା ଶିଳ୍ପ ପର୍ଯ୍ୟବେକ୍ଷକ ନରେନ୍ଦ୍ର ମହାରଣା  ଓ ଶିଳ୍ପ ବିକାଶ ଅଧିକାରୀ କୁଳମଣି ବେହେରା, ପିଏମଇଜିପି , ପିଏମଏଫଏମଇ ,ଏମଏସଏମଇ ଯୋଜନା ଗୁଡ଼ିକ ଉପରେ ପୁଂଖାନୁପୁଂଖ ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ତଥା ଜାତୀୟ ଯୁବ ପୁରସ୍କାର ବିଜେତା ଡ଼ ପ୍ରକାଶ ଚନ୍ଦ୍ର ଜେନା ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଳସୁଧା ସରପଂଚ ଶ୍ରୀରାଧା ବନଜା ବାସିନୀ ଜେନା, ତଳକୁସୁମା ର ପୂର୍ବତନ ସରପଂଚ ଅଶୋକ କୁମାର ଜେନା, ଶିକ୍ଷାବିତ ପ୍ରଭାତ ଜେନା, ଅଧୀର ପରିଡ଼ା, ବବିତା ମହାନ୍ତି, ରାକେଶ କୁମାର ସୂତାର, ରମେଶ ବେହେରା, ବାବାଜୀ ବିଶ୍ୱାଳ,ରଶ୍ମିତା ସ୍ୱାଇଁ, ଦେବସ୍ମିତା ପଟ୍ଟନାୟକ, ମିନତୀ ଜେନା, ନାରାୟଣ ମଲିକ, ଅଶୋକ ମଲିକ, ଗଶେଷ ମଲିକ, ଲଳିତ ସିଂ , ଅନୁପ ପାଳ , ଚିରଂଜିବୀ ମହାନ୍ତି, ଚିତରଂଜନ ସେଠୀ, ବନ ବିହାରୀ ସ୍ୱାଇଁ, ସାରଦା ମହାନ୍ତି, ବିନ୍ଦୁସାଗର ପାଲ, ସେଖର ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *