Thursday , August 18 2022
Breaking News
Home / ବିଶେଷ / ଚିତ୍ରଶିଳ୍ପି ସୌମ୍ୟରଂଜନ ବେଷ୍ଟ କ୍ରିୟେଟିଭ୍ ଆର୍ଟିଷ୍ଟ-୨୦୨୨ ସହ ମ୍ୟାଜିକ୍ ବୁକରେ ପାଇଲେ ସ୍ଥାନ

ଚିତ୍ରଶିଳ୍ପି ସୌମ୍ୟରଂଜନ ବେଷ୍ଟ କ୍ରିୟେଟିଭ୍ ଆର୍ଟିଷ୍ଟ-୨୦୨୨ ସହ ମ୍ୟାଜିକ୍ ବୁକରେ ପାଇଲେ ସ୍ଥାନ

କେନ୍ଦ୍ରାପଡା, ୨୮/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା କ୍ରିଷ୍ଠା ଆର୍ଟ ସ୍କୁଲର ନିର୍ଦ୍ଧେଶକ ତଥା କାକଟ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚିତ୍ରକଳା ଶିକ୍ଷକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଚଳିତ ବର୍ଷ ହରିଆଣାର ମ୍ୟାଜିକ୍ ବୁକ ଅଫ୍ ରେକର୍ଡରେ ସ୍ଥାନିତ କରାଯିବା ସହ ବେଷ୍ଟ କ୍ରିୟେଟିଭ୍ ଆର୍ଟିଷ୍ଟ-୨୦୨୨ରେ ସମ୍ମାନିତ କରାଯାଉଇଛି । ଚିତ୍ରକଳା କ୍ଷେତ୍ରରେ ସେ ଜିଲ୍ଲା ଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ କେନ୍ଦ୍ରାପଡାର ପ୍ରତିନିଧିତ୍ୱ କରି ବିଗତ ୨୦ ବର୍ଷ ହେବ ସେ କେନ୍ଦ୍ରାପଡା ପାଇଁ ଗୌରବ ଆଣୁଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ମୂର୍ଚ୍ଛନା ପକ୍ଷରୁ କେନ୍ଦ୍ରାପଡା ଟାଉନ ହଲ ରେ ଆୟୋଜିତ ରଜ ଉତ୍ସବରେ ଚିତ୍ରଗୁରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପୌରପାଳିକାର ଅଧ୍ୟକ୍ଷା ସରିତା ସାହୁ “ତୁଳସୀ ରତ୍ନ ସମ୍ମାନ”ରେ ସମ୍ମାନୀତ କରିଥିଲେ । ଏହି ଗୈାରବ ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ୍ ରୁତୁରାଜ ଓ କେନ୍ଦ୍ରାପଡା ବିଧାୟକ ଶଶିଭୁଷଣ ବେହେରାଙ୍କ ସମେତ ଜିଲ୍ଲା ଓ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଚିତ୍ରଶିଳ୍ପି ସୌମ୍ୟରଞ୍ଜନଙ୍କୁ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.