Friday , August 12 2022
Breaking News
Home / ରାଜନୀତି / ଅଗ୍ନୀପଥ ଯୋଜନାକୁ ପ୍ରତ୍ୟାହାର ଦାବିରେ ସତ୍ୟାଗ୍ରହ

ଅଗ୍ନୀପଥ ଯୋଜନାକୁ ପ୍ରତ୍ୟାହାର ଦାବିରେ ସତ୍ୟାଗ୍ରହ

ଜୁନାଗଡ଼ , ୨୭ /୦୬/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – ଜୁନାଗଡ଼ ରେ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନୀପଥ ଯୋଜନାକୁ ପ୍ରତ୍ୟାହାର ଦାବିରେ କଂଗ୍ରେସ ଦଳର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ଆହ୍ବାନ କ୍ରମେ ଜୁନାଗଡ଼ ଠାରେ ଦଳ ତରଫରୁ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା । ଜୁନାଗଡ଼ ବ୍ଲକ କାର୍ୟ୍ୟାଳୟ ପାଖକୁ ଆସି ସେଠାରେ ସତ୍ୟାଗ୍ରହ ଓ ପ୍ରତି ବାଦ ସଭା କରିଥିଲେ । ଉକ୍ତ ସଭା ରେ ବ୍ଲକ ସଭାପତି ପରମେଶ୍ୱର ମୋଟେଲ, ଟାଉନ ସଭାପତି ଅମିତ ଅଗ୍ରୱାଲ, ଯୁବ କଂଗ୍ରେସ ସଭାପତି ସାଉଳ ମଙ୍ଗରାଜ, ଯୁବନେତା ପ୍ରଭାତ ଦାସ ,ଚିତ ନିଅଳ, ନବୀନ କୁମାର,କୁମୁଦ ଗହୀର,ବୃନ୍ଦାବତୀ ବାରିକ,ସାଧୁଭୋଇ, ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବହୁ କଂଗ୍ରେସ କର୍ମୀ ମଧ୍ୟ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ତୀବ୍ର ବିରୋଧ କରିବା ସହିତ ପ୍ରତ୍ୟାହାର ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । କେନ୍ଦ୍ର ସରକାର ବର୍ତ୍ତମାନ ଦେଶର ଭବିଷ୍ୟତ ସହିତ ଖେଳିବା ସହିତ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି । ଦେଶରେ ଭାଇଚାରା ନଷ୍ଟ କରି ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରୁଛନ୍ତି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ …

Leave a Reply

Your email address will not be published.