କଟକ ସଦର, ୨୭ /୦୬/୨୦୨୨ (ଓଡିଶା ସମାଚାର/ଵିଷ୍ଣୁ ବେହେରା): ରାଜ୍ୟର ଅଗ୍ରଣୀ ଇଲେକ୍ଟ୍ରୋନିକ ପ୍ରତିଷ୍ଠାନ ‘ ସାଇ ୱ।ର୍ଲଡ୍’ ପକ୍ଷରୁ କନ୍ଦରପୁର ଷ୍ଟେଟ ବ୍ୟାଙ୍କ ଗ୍ରାଉଣ୍ଡରେ ଏକ ଭଵ୍ୟ ଗ୍ରାହକ ସମ୍ପର୍କ ମେଳା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ପରିଚାଳନା ନିର୍ଦ୍ଦେଶକ ପିୟୁଷ ରଂଜନ ମହାନ୍ତି ଙ୍କ ପୈରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା,କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ସମର ବେହେରା,ସଦର ବ୍ଲକ ‘ ଆତ୍ମା’ର ଅଧ୍ୟକ୍ଷ ରଜନୀକାନ୍ତ ସାହୁ, ସ୍ଥାନୀୟ ଜିଲାପରିଷଦ ସଭ୍ୟ ପ୍ରଦୀପ ମହାଳୀ ପ୍ରମୁଖ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧିତ ହୋଇଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ପ୍ରିୟସ୍ୱରୁପ ତ୍ରିପାଠୀ,ସରୋଜ ଉପାଧ୍ୟାୟ, ନିହାର ରଞ୍ଜନ ରାଉତରାୟ, ପ୍ରିୟବ୍ରତ ରାଉତ,ସେକ୍ ରଫିକୁଲା,ନିହାର ମିଶ୍ର ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଓଡିଶା ସମାଚାର
