Friday , August 12 2022
Breaking News
Home / ରାଜନୀତି / ପାଟକୁରା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ

ପାଟକୁରା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ

ଗରଦପୁର,୨୭/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ର ସରକାର ସେନାବାହିନୀ ରେ ଅଗ୍ନିପଥ ଯୋଜନାରେ ଦେଶର ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ବିରୁଦ୍ଧରେ ଆଜି ପାଟକୁରା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି । ରାଷ୍ଟ୍ରୀୟ କଂଗ୍ରେସ କମିଟି ନିର୍ଦେଶରେ ଓ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ପାଟକୁରା କଂଗ୍ରେସ ପକ୍ଷରୁ କୋରୁଆ ଠାରେ କଂଗ୍ରେସ ର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରଘୁନାଥ ଶତପଥୀ ଙ୍କ ସଭାପତିତ୍ବରେ ଦଳ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସତ୍ୟାଗ୍ରହ କରାଯାଇଛି । ଏଥିରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉକ୍ତ ଅଗ୍ନିପଥ ଯୋଜନା କୁ ବିରୋଧ କରିବା ସହ ଏହି ନିଯୁକ୍ତି ଦ୍ବାରା ଦେଶର ସେନା ବାହିନୀ ଦୁର୍ବଳ ହେବା ସହ ଦେଶର ନିରାପତ୍ତା ଓ ପ୍ରତିରକ୍ଷା କ୍ଷୁର୍ଣ୍ଣ ହେବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ନେତା ସୁବାସ ସାମଲ, ଡେରାବିଶ ବ୍ଲକ କଂଗ୍ରେସ କମିଟି ସଭାପତି ଉମେଶ ତ୍ରିପାଠୀ, ଦୟାନିଧି ଜେନା, ଯୁବ କଂଗ୍ରେସ ନେତା ସଂଗ୍ରାମ ପୃଷ୍ଟି , ଗୋବର୍ଦ୍ଧନ ସାହୁ, ଶଙ୍କର୍ଷଣ ମଲ୍ଲିକ, ରମାକାନ୍ତ ସ୍ବାଇଁ, ରଞ୍ଜନ ପରିଜା, ଗୟାଧର ପ୍ରଧାନ, ଅଜୟ ନାୟକ, ପ୍ରଦୀପ ମହାରଣା, ଫକିର ଲେଙ୍କା, ଗୋଲକ ସ୍ବାଇଁ, ପ୍ରମୋଦ ନାଥ, ଜିଲ୍ଲା ସେବା ଦଳ ସଭାପତି ଜୟଦେବ ପରିଡ଼ା, ନିମାଇଁ ଚରଣ ଯେନା, ସୁଧୀର ସାମଲ, ଅକ୍ଷୟ ପଣ୍ଡା, ମାନସ ଯେନା, ରବିନ୍ଦ୍ରନାଥ ପଣ୍ଡା , ପ୍ରମୁଖ ଉକ୍ତ ଯୋଜନା କୁ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଓ ବିଭିନ୍ନ ଯୋଜନା ସମ୍ପର୍କରେ ବିଷୋଦଗାର କରିଥିଲେ । ଏହି କାର୍ୟ୍ୟକ୍ରମରେ ଗରଦପୁର ବ୍ଲକ କଂଗ୍ରେସ କମିଟି ସଭାପତି ଜ୍ୟୋତି ରଞ୍ଜନ ପରିଡ଼ା ସ୍ବାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ …

Leave a Reply

Your email address will not be published.