Wednesday , September 28 2022
Breaking News
Home / ବିଶେଷ / ଥାନା ପରିସରରେ ଆତ୍ମାହୁତି ଦେଇ ମୃତ୍ୟୁ ଵରଣ କରିଥିଵା ଗୁଣନିଧିଙ୍କ ପୁଅ ଆଇଆଇସି ଙ୍କ ନାଁରେ ଏସପି ଙ୍କୁ ଏତଲା ଦେଲେ

ଥାନା ପରିସରରେ ଆତ୍ମାହୁତି ଦେଇ ମୃତ୍ୟୁ ଵରଣ କରିଥିଵା ଗୁଣନିଧିଙ୍କ ପୁଅ ଆଇଆଇସି ଙ୍କ ନାଁରେ ଏସପି ଙ୍କୁ ଏତଲା ଦେଲେ

କଟକ ସଦର, ୨୭ /୦୬/୨୦୨୨ (ଓଡିଶା ସମାଚାର/ଵିଷ୍ଣୁ ବେହେରା): କିଶନନଗର ଥାନାର ଆଇଆଇସି ସସ୍ମିତା ରଣାଙ୍କ ଠାରୁ ନ୍ୟାୟ ନପାଇ ନିରାଶ ଓ ହତାଶ ବ୍ୟକ୍ତି ଥାନା ପରିସରରେ ଆତ୍ମାହୁତି ଭଳି ଚରମ ଉଦ୍ୟମ କରି ଶେଷରେ ମୃତ୍ୟୁ ଵରଣ କରିଥିଵା ଈଶାଣିଵ୍ରହ୍ମପୁର ଗ୍ରାମର ଗୁଣନିଧି ବିଷୋୟୀ ଙ୍କ ପୁଅ ସୁଦର୍ଶନ ବିଷୋୟୀ ଵାପାଙ୍କ ମୃତ୍ୟୁ ପାଇଁ ଆଇଆଇସି ସମ୍ପୁର୍ଣ୍ଣ ଦାୟି ବୋଲି ଉଲ୍ଲେଖ କରି ଆଜି ସୋମବାର କଟକ ଗ୍ରାମାଞ୍ଚଳ ଏସପି ଙ୍କ ନିକଟରେ ଏତଲା ଦେଇଥିବା ଜଣାପଡ଼ିଛି।ଏହି ସ୍ପର୍ଶକାତର ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଯଥାଶୀଘ୍ର ଆଇଆଇସି ଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୋଗ ରେ ଆଇଆଇସି ସସ୍ମିତା ରଣାଙ୍କୁ ହତ୍ୟା ଦଫାରେ ଗିରଫ କରାଯିଵା ସହ ଚାକିରି ରୁ ବହିଷ୍କାର କରିବାକୁ ଦାବି ରଖିଛନ୍ତି। ସୂଚନାଯୋଗ୍ୟ ଯେ ଆଜି ମଧ୍ୟ ଉତ୍କଳ ଵିକାଶ ପରିଷଦ ଓ କଂଗ୍ରେସ ଏକା ଅଭିଯୋଗ କରି ଡିଜିପିଙ୍କୁ ଦାବି ପତ୍ର ଦେଇଥିବା ଜଣାପଡ଼ିଛି । ଓଡିଶା ସମାଚାର

Leave a Reply

Your email address will not be published.