Thursday , August 18 2022
Breaking News
Home / ବିଶେଷ / ଜୁନାଗଡ଼ ବ୍ଳକ ର ଆଦିବାସୀ କର୍ମଚାରୀ ମାନଙ୍କୁ ନେଇ ନୂତନ କର୍ମକର୍ତ୍ତା ଚୟନ

ଜୁନାଗଡ଼ ବ୍ଳକ ର ଆଦିବାସୀ କର୍ମଚାରୀ ମାନଙ୍କୁ ନେଇ ନୂତନ କର୍ମକର୍ତ୍ତା ଚୟନ

ଜୁନାଗଡ଼ ୨୭ /୦୬/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – ରବିବାର ଦିନ ପୂର୍ବାହ୍ନ ଘ୧୦ଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତିର ନିର୍ଦ୍ଦେଶ କ୍ରମେ ଜୁନାଗଡ଼ ସ୍ଥିତ ଆରଏମସି କନଫରେନ୍ସ ହଲ ଠାରେ ଜୁନାଗଡ଼ ବ୍ଳକ ର ଆଦିବାସୀ କର୍ମଚାରୀ ମାନଙ୍କୁ ନେଇ ନୂତନ କର୍ମକର୍ତ୍ତା ଚୟନ ସଭା ଆୟୋଜନ କରାଯାଇଥିଲା।

ଉକ୍ତ ସଭାରେ ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ବେଦବ୍ୟାସ ଭୋଇ ସଭାପତିତ୍ବ କରିଥିଲେ। ଉକ୍ତ ସଭାରେ ଜିଲ୍ଲା ସ୍ତରରୁ ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତି କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜୟ କୁମାର ମାଝୀ , ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କୁରେଶ୍ଵର ମାଝୀ ଏବଂ ସ୍ଥାନୀୟ ଉପକୋଷାଗାର ଅଧିକାରୀ ଶ୍ରୀଯୁକ୍ତ ଜୟଦେବ ଶବର , ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ସୁମନ୍ତ କୁମାର ମାଝୀ , AAO (LIC) ଶ୍ରୀଯୁକ୍ତ ଚୈତନ୍ୟ ଶବର , ନୂତନ ନିର୍ବାଚିତ ଜୁନାଗଡ଼ ବ୍ଳକ ଆଦିବାସୀ ସଂଘ ସଭାପତି ଶ୍ରୀଯୁକ୍ତ ହୃଦାନନ୍ଦ ମାଝୀ, NAC ଆଦିବାସୀ ସଂଘ ସଭାପତି ଶ୍ରୀଯୁକ୍ତ ମୋହନ ଲାଲ ଭୋଇ , ଜୁନାଗଡ଼ ବ୍ଳକ ଉପଦେଷ୍ଟା ଶ୍ରୀଯୁକ୍ତ ହରେକୃଷ୍ଣ ମାଝୀ, ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଭୋଇ , ଶ୍ରୀଯୁକ୍ତ ଶ୍ରୀବତ୍ସ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ। ନୂତନ ଜୁନାଗଡ଼ ବ୍ଳକ ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତି କର୍ମକର୍ତ୍ତା ଭାବରେ ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ଯାନୀ , ଉପସଭାପତି ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ଶବର , ଶ୍ରୀଯୁକ୍ତ ସଦାନନ୍ଦ ମାଝୀ , ସାଧାରଣ ସଂପାଦକ ଶ୍ରୀଯୁକ୍ତ ମହେନ୍ଦ୍ର ଶବର , ଶ୍ରୀଯୁକ୍ତ ଉପେନ୍ଦ୍ର ନାଏକ , କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ ମାଝୀ ପ୍ରମୁଖ ନୂତନ ଭାବରେ ଚୟନ ହୋଇଥିଲେ। ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.