Friday , August 12 2022
Breaking News
Home / ବିଶେଷ / କିଶନନଗର ଥାନା ଆଇଆଇସି ସସ୍ମିତା ରଣାଙ୍କୁ ଗିରଫ ସହ ବହିସ୍କାର ଦାଵିରେ ଡିଜିପି ଅଫିସ ଘେରିଲା କଂଗ୍ରେସ

କିଶନନଗର ଥାନା ଆଇଆଇସି ସସ୍ମିତା ରଣାଙ୍କୁ ଗିରଫ ସହ ବହିସ୍କାର ଦାଵିରେ ଡିଜିପି ଅଫିସ ଘେରିଲା କଂଗ୍ରେସ

କଟକ ସଦର, ୨୭ /୦୬/୨୦୨୨(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କିଶନନଗର ଥାନା ଅଧିକାରିଣୀଙ୍କ ଠାରୁ ନ୍ୟାୟ ନପାଇ ଶେଷରେ ଥାନା ପରିସରରେ ଆତ୍ମାହୁତି ଦେଇ ଅକାଳରେ ମୃତୁ୍ଵରଣ କରିଥିଵା ଗୁଣନିଧି ବିଷୋୟୀଙ୍କ ମୃତ୍ୟୁ ପାଇଁ ଆଇଆଇସି ସସ୍ମିତା ରଣା ସମ୍ପୁର୍ଣ୍ଣ ରୂପେ ଦାୟି ବୋଲି ଦାଵି କରି ତାଙ୍କୁ ୩୦୨ ଦଫାରେ ଗିରଫ କରାଯିବା ସହ ଚାକିରିରୁ ବହିଷ୍କାର କରିବା ଦାବିରେ ଆଜି ସୋମବାର କଂଗ୍ରେସ ପକ୍ଷରୁ ଡିଜିପି ( ପୋଲିସ ମହାନିର୍ଦ୍ଦେଶକ) ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାପଡ଼ିଛି।ଏଥିସହିତ ଏ ସମ୍ପର୍କରେ ଡିଜିପିଙ୍କୁ ଏକ ପ୍ରତନିଧି ମଣ୍ଡଳୀ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣାକୁ ଗୁରୁତþaର ସହ ଗ୍ରହଣ କରି ଆସନ୍ତା ରଥଯାତ୍ରା ଠିକ୍ ପରେ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ନିର୍ଭର ପ୍ରତିଶ୍ରୁତି ଦେଇଥିବା ପ୍ରତିନିଧି ମଣ୍ଡଳୀଙ୍କ ଠାରୁ ଜଣାପଡିଛି। ଏଥିରେ ବିଶ୍ୱଜିତ ଦାସ, ଦିଲିପ ମହାନ୍ତି,ଦୀପକ ପରିଡ଼ା, କିଶୋର ଜେନା, ନିକୁଞ୍ଜ ପଶାୟତ,ଶୁକାନ୍ତ ଜେନା ପ୍ରମୁଖ ଵହୁ ବରିଷ୍ଠ ନେତା ସାମିଲ ହୋଇଥିଲେ। ସେହିପରି ଏକା ଦାଵି ନେଇ ଆଜି ଉତ୍କଳ ଵିକାଶ ପରିଷଦର ସଭାପତି ଇଂ ପ୍ରକାଶ ସେଠୀ ଡିଜିପି, ରାଜ୍ୟ ଓ କେନ୍ଦ୍ର ମାନବାଧିକାର କମିଶନଙ୍କ ନିକଟକୁ ପତ୍ର ଲେଖିଥିଵା ମିଡିଆସେଲ୍ ସଂଯୋଜକ ଇଂ ଶ୍ରୀକାନ୍ତ ଙ୍କ ଠାରୁ ଜଣାଯାଇଛି। ଓଡ଼ିଶା ସମାଚାର

About admin

Check Also

ଗଣେଶ୍ୱରଙ୍କ ଅକାଳ ମୃତୁ୍ୟରେ ଶୋକାକୁଳ ହୋଇପଡିଛି ଗ୍ରାମ

କେନ୍ଦ୍ରାପଡ଼ା, ୧୨/୦୮/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତଗାଙ୍ଗପଡା ଗ୍ରାମପଂଚାୟତର ଗୋଗୁଆ ଗ୍ରାମର ଗଣେଶ୍ୱର ଓଝାଙ୍କର ୪୭ବର୍ଷ ବୟସରେ ଅକାଳ ମୃତୁ୍ୟ ହୋଇଯାଇଛି …

Leave a Reply

Your email address will not be published.