Friday , August 12 2022
Breaking News
Home / ତାଜା ଖବର / କାର ଧକ୍କା ଦେଲା ବାଇକକୁ – ଜାତୀୟ ରାଜପଥରେ ଜଳିଗଲା ବାଇକ

କାର ଧକ୍କା ଦେଲା ବାଇକକୁ – ଜାତୀୟ ରାଜପଥରେ ଜଳିଗଲା ବାଇକ

କେନ୍ଦ୍ରାପଡା, ୨୬/୬/୨୦୨୨(ଓଡ଼ିଶା ସମାଚାର)- ୫ନମ୍ବର(କ) ଜାତୀୟ ରାଜପଥରେ ଏକ କାର ଅନ୍ୟ ଏକ ବାଇକକୁ ଧକ୍କା ଦେବାରୁ ସଂପୃକ୍ତ ବାଇକଟି ଜଳି ଯାଇଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ବାଇକଟି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅନ୍ତର୍ଗତ ପୁରୁଳିଆ ଗ୍ରାମର ସୁବ୍ରତ ନାୟକଙ୍କର । ସୁବ୍ରତ ତାଙ୍କ ପତ୍ନୀଙ୍କୁ ବାଇକ ପଛରେ ବସାଇ ପାରାଦ୍ୱୀପ ଅଭିମୁଖେ ଯାଉଥିଲେ । ଅପରାହ୍ନ ପ୍ରାୟ ୪ଟା ସମୟରେ ୫ନମ୍ବର(କ) ଜାତୀୟ ରାଜପଥର ଶ୍ୟାମସୁନ୍ଦରପୁର ଗଡ଼ା ନିକଟରେ ତାଙ୍କ ବାଇକକୁ ଏକ କାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାଟି ଏତେ ଜୋର ଥିଲା ଯେ ବାଇକଟି ଜଳି ଯାଇଥିଲା । ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ କାର ଓ ବାଇକକୁ ଥାନାକୁ ନେବା ସହିତ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲା । ଓଡ଼ିଶା ସମାଚାର

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.