Thursday , August 18 2022
Breaking News
Home / ବିଶେଷ / କନ୍ଧମାଳ ରେ ପଶିଲା ଧଳା ଜହର : ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

କନ୍ଧମାଳ ରେ ପଶିଲା ଧଳା ଜହର : ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

କନ୍ଧମାଳ, ୨୭ /୦୬/୨୦୨୨ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ପ୍ରଥମ ଥର ପାଇଁ ଧଳା ଜହର ମାନେ ବ୍ରାଉନସୁଗାର ପଶିବା ଆରମ୍ଭ ହୋଇ ଯାଇଛି । ଏ ନେଇ କନ୍ଧମାଳ ପୋଲିସ ବ୍ରାଉନ ସୁଗାର କାରବାର ମାମଲା ରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣଙ୍କ ଫୁଲବାଣୀ ଅଂଚଳ ର ସ୍ବର୍ଗତ ଭଗବାନ ମହାପାତ୍ର ଙ୍କ ପୁଅ ସପନ ମହାପାତ୍ର ବୋଲି ଜଣାପଡିଛି l ସପନ ପାଖରୁ ପୋଲିସ ୩.୫୯୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ସପନ ଖୋରଧା ଅଂଚଳ ରୁ ଆଣିଥିବା କହିଛି । ଜିଲାରେ ବ୍ରାଉନ ସୁଗାର ମାମଲା ପ୍ରଥମ ବୋଲି କୁହାଯାଉଛି । ଏ ନେଇ ଫୁଲବାଣୀ ପୋଲିସ 103/27/06/22 ଧାରା 21(a)ଆକ୍ଟ ରେ ଏକ ମାମଲା ରୁଜୁ କରି ଘଟଣା ର ଅଧିକ ତଦନ୍ତ କରୁଛି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.