Wednesday , September 28 2022
Breaking News
Home / ବିଶେଷ / ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ

ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ

କଟକ, ୨୭ /୦୬/୨୦୨୨(ଓଡ଼ିଶା ସମାଚାର /ଦେବାଶିଷ ରଥ)- କଟକ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ କାର୍ଯ୍ୟାଳୟ ଏବଂ ଅବକାରୀ କାର୍ଯ୍ୟାଳୟର ସହାୟତାରେ ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୨ ପାଳନ କରାଯାଇଛି। ଏକ ସଚେତନତା ଶୋଭାଯାତ୍ରା ଜୁଡିସିଆଲ ଏକାଡେମୀଠାରୁ ବାହାରି ଚାନ୍ଦିନିଚୌକ ହାଇକୋର୍ଟ ଛକ ଦେଇ ରେଭେନ୍ସା କଲେଜିଏଟ ସ୍କୁଲ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଶା ସେବନ ବନ୍ଦ କରିବା, ବେଆଇନ ନିଶା କାରବାର ଓ ଅପବ୍ୟବହାର ଆଦି ବିଷୟରେ ସ୍ଲୋଗାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ କର୍ମଶାଳା କଲିଜିଏଟ ସ୍କୁଲ ପରିସରରେ ହୋଇଥିଲା। ନିଶା ସେବନ ଓ ବେଆଇନ ଭାବେ ହେଉଥିବା ନିଶା କାରବାରକୁ ନିରୋଧ କରାଯିବା ସହ ଏହାର କୁପ୍ରଭାବରୁ ଯୁବ ସମାଜକୁ ଦୂରେଇ ରଖିବା ନିମନ୍ତେ ଆହ୍ୱାନ ଦିଆଯାଇ ନିଶାମୁକ୍ତ ଜୀବନ ଯାପନ ଉପରେ ଗୁରୁତ୍ୱାରୋପ ରାଯାଇଥିଲା। ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ପ୍ରଥମେ ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଆୟୋଜିତ କର୍ମଶାଳାରେ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଉଦ୍ଦେଶ୍ୟରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ନିଶା କାରବାର, ନିଶା ବ୍ୟବହାରର ପରିଣାମ ଓ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସମ୍ପର୍କରେ ସେ ଗୁରୁତ୍ୱ ଦେଇଥିଲେ। ଅବକାରୀ ଉପ ଆୟୁକ୍ତ ଦିବ୍ୟଲୋଚନ ମହନ୍ତ, ଅବକାରୀ ଅଧୀକ୍ଷକ ରଜତ କୁମାର ପ୍ରହରାଜ, ଏସିପି ତାପସ କୁମାର ପ୍ରଧାନ, ଡାକ୍ତର ଅଭିଷେକ ପଟ୍ଟନାୟକ, ରେଭେନ୍ସା କଲିଜିଏଟ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଡ. ଅନୁସ୍ମିତା ସ୍ୱାଇଁ ପ୍ରମୁଖ ଏହି କର୍ମଶାଳାରେ ଯୋଗଦେଇ ନିଶା ନିବାରଣ, ଅପବ୍ୟବହାର ଓ ନିଶା ଅବୈଧ କାରବାର ସମ୍ପର୍କରେ ମତାମତ ରଖିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧୀକାରୀ ମନୋଜ କୁମାର ରଥ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ସମ୍ବନ୍ଧୀୟ ବକୃତା ପ୍ରତିଯୋଗିତାର ଆୟୋଜନ କରିଥିଲେ। ପରିଶେଷରେ ନିଶା ସେବନରୁ ମୁକ୍ତ ହୋଇଥିବା ଶସ୍ୟବଦନ ପଟ୍ଟନାୟକ, ଅଶୋକ ସ୍ୱାଇଁ ଏବଂ ଅରଣ୍ୟ ସାମଲ ନିଶା ସେବନର ଭୟାବହତା ତଥା କୁପ୍ରଭାବ ଅଭିଜ୍ଞତା ସମ୍ପର୍କରେ ମତ ରଖିଥିଲେ। ସ୍ୱରାଜ୍ୟ, ନବଜୀବନ, ମୁକ୍ତି ସଦନ ଅନୁଷ୍ଠାର ସଦସ୍ୟମାନେ ଏହି କାର୍ଯ୍ୟକମରେ ଯୋଗ ଦେଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.