Tuesday , September 27 2022
Breaking News
Home / ବିଶେଷ / ସାନଭାଇର କଟୁରୀ ଚୋଟରେ ବଡ଼ ଭାଇ ର ଜୀବନ ଗଲା

ସାନଭାଇର କଟୁରୀ ଚୋଟରେ ବଡ଼ ଭାଇ ର ଜୀବନ ଗଲା

ବାରିପଦା,୨ ୬ /୦୬/୨୦୨୨(ଓଡ଼ିଶା ସମାଚାର)- ସାନଭାଇର କଟୁରୀ ଚୋଟରେ ବଡ଼ ଭାଇ ର ଜୀବନ ଯାଇଛି । ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି ୪୫ବର୍ଷୀୟ ମେଘରାଇ ମୁର୍ମୁ।
ଖବର ଅନୁଯାୟୀ, ବଡ଼ ଭାଇ ମେଘରାଇ ପ୍ରତିଦିନ ନିଶା ଶକ୍ତ ଅବସ୍ଥାରେ ଘରକୁ ଆସି ପରିବାର ସଦସ୍ୟଙ୍କୁ ଗାଳି ଗୁଳଜ କରୁଥିଲେ। ଶନିବାର ମଧ୍ୟ ବଡଭାଇ ନିଶା ଶକ୍ତ ଅବସ୍ଥାରେ ଆସି ଘରେ ଶୋଇଥିବା ସାନ ଭାଇ ସହ କଳହ କରିଥିଲେ। ସାନଭାଇ ଲକ୍ଷ୍ମଣ ମୁର୍ମୁ ରାଗିଯାଇ ଏକ ମାଛକଟା କଟୁରୀ ରେ ବଡ଼ ଭାଇକୁ ଆକ୍ରମଣ କରିଥିଲା। ଅଭିଯୁକ୍ତ ସାନ ଭାଇ ଲକ୍ଷ୍ମଣ କୁ ବାରିପଦା ସଦର ଥାନା ପୋଲିସ ଗିରଫ କରିଛି । ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ହତ୍ୟାରେ ବ୍ୟବହୃତ କଟୁରୀ କୁ ପୋଲିସ୍ ଜବତ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.