Friday , August 12 2022
Breaking News
Home / କୃଷି / ବର୍ଷାର ଲୁଚକାଳି ଖେଳ : ସମସ୍ତ ଉଠାଜଳୂସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ଦାବି  

ବର୍ଷାର ଲୁଚକାଳି ଖେଳ : ସମସ୍ତ ଉଠାଜଳୂସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ଦାବି  

  ଗରଦପୁର, ୨୬/୬/୨୦୨୨(ଓଡ଼ିଶା ସମାଚାର)-ମୌସୁମୀର ଅନିୟମିତତା ଯୋଗୁଁ ବର୍ଷାର ଲୁଚକାଳି ଖେଳ ଚାଷୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ରଜ ପରେ ପରେ ବର୍ଷା ହେବ ବୋଲି  ସମ୍ଭବନା କରି ଚାଷୀମାନେ କେତେକ ବିଅଳି କିସମ୍ ଧାନ ସହିତ ଖାଲପାଟ ଜମିରେ ବୁଣାବୁଣି କାମ କରିଥିଲେ । ଅନେକ ଚାଷୀମାନେ ମଧ୍ୟ ବର୍ଷାକୁ ଚାହିଁ ଜମିରେ ତଳି କ୍ଷେତ ପ୍ରସ୍ତୁତି ଚଳାଇଛନ୍ତି । ମାତ୍ର ଆକାଶରେ ବାଦଲ ଦେଖାଦେଉଥିଲେ ମଧ୍ୟ ବର୍ଷାର ଦେଖା ନାହିଁ । ଏପରିସ୍ଥଳେ ଅଂଚଳରେ ରହିଥିବା ଉଠା-ଜଳସେଚନ ପ୍ରକଳ୍ପଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ଚାଷୀ ମହଲରୁ ଦାବି  କରାଯାଇଛି । ଅଂଚଳରେ ରହିଥିବା ଉଠା-ଜଳସେଚନ ପ୍ରକଳ୍ପଗୁଡିକ ପାଣି ପଂଚାୟତଗୁଡିକୁ ହସ୍ତାନ୍ତର କରାଯାଇଥିବା ସମ୍ପର୍କରେ ବିଭାଗୀୟ ପକ୍ଷରୁ ସୂଚନା ଦିଆଯାଇଛି । ମାତ୍ର ବିଭାଗୀୟ କର୍ତୃପକ୍ଷ ତପôରତା ପ୍ରକାଶ କରି ଅଂଚଳରେ ଅଚଳ ରହିଥିବା ଉଠା-ଜଳସେଚନ ପ୍ରକଳ୍ପଗୁଡିକୁ ସଚଳ କରାଗଲେ ଅଧିକ ପରିମାଣର ଚାଷ ଜମିକୁ ଜଳସେଚନ ହୋଇ ପାରିବ । ଗରଦପୁର ଉଠା ଜଳସେଚନ ବିଭାଗ ସୂତ୍ରରୁ ଜଣାଯାଇଛି ଯେ,ଏହି ସବ୍-ଡିଭିଜନ ଅଧିନରେ ମୋଟ ୧୮୦ ଗୋଟି ଉଠା-ଜଳସେଚନ ପ୍ରକଳ୍ପ ରହିଛି । ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଗଲେ ଅଂଚଳରେ ରହିଥିବା ଚାଷ ଜମିରୁ ମୋଟ ୩ହଜାର୭୦୨ ହେକ୍ଟର ଜମିରେ ସଳସେଚିତ ହୋଇ ପାରିବ । ସେଥି ମଧ୍ୟରୁ ମାତ୍ର ୯୬ ଗୋଟି ଉଠା-ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି । ଯାହାକି ଏହି ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଗଲେ ୨ହଜାର୧୨୨ହେକ୍ଟର ଜମିରେ ଜଳସେଚିତ ହୋଇ ପାରିବ । ଅବଶିଷ୍ଟ ୮୪ଗୋଟି ସେଚ ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଛି । ଏହି ଅଚଳ ହୋଇ ପଡିଥିବା  ପ୍ରକଳ୍ପଗୁଡିକୁ ସଚଳ କରାଯାଇ  କାର୍ଯ୍ୟକ୍ଷମ କରାଗଲେ  ୧ ହଜାର ୫୮୦ ହେକ୍ଟର ଜମିରେ ଜଳସେଚିତ ହୋଇ ପାରିବ ବୋଲି ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଏ ସମ୍ପର୍କରେ ସହକାରୀ  ଯନ୍ତ୍ରୀ ଇଂ ନିର୍ମାଇ ଚରଣ ସେଠୀଙ୍କୁ ପଚାରିବାରେ ସେ କହନ୍ତି ଯେ, ଅଚଳ ରହିଥିବା ସେଚ ପ୍ରକଳ୍ପଗୁଡିକୁ ପୁନରୁଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି । ଅଚଳ ଅବସ୍ଥାରେ ରହିଥିବା ୧୦ଗୋଟି ସେଚ ପ୍ରକଳ୍ପକୁ ହାତକୁ ନିଆଯାଇଛି । ଗୋଟିଏ ସେଚ ପ୍ରକଳ୍ପ ପୁନରୁଦ୍ଧାର କରାଯିବା ପାଇଁ ଷ୍ଟେଟ୍ ପ୍ଲାନ୍ ଯୋଜନାରେ ୧୦ରୁ ୧୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ  ବ୍ୟବସ୍ଥା  କରାଯାଇଛି । ଖରିଫ ଚାଷ ପରେ ପରେ ଏହି ଅଚଳ ରହିଥିବା ପ୍ରକଳ୍ପ ଗୁଡିକ ପୁପରୁଦ୍ଧାର କରାଯିବାର ଯୋଜନା ରହିଥିବା ସମ୍ପର୍କରେ ଇଂ ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ଏପରିସ୍ଥଳେ ଚାଷ ଆରମ୍ଭରୁ ବର୍ଷାର ଅନିୟମିତତା ଦେଖାଦେଇଥିବାରୁ ଅଂଚଳରେ ରହିଥିବା ସମସ୍ତ ଉଠା-ଜଳସେଚନ ପ୍ରକଳ୍ପଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବା ପାଇଁ ଚାଷୀ ମହଲରୁ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ ପ୍ରତିବାଦ ଓ ଚକାଜାମ ଆନ୍ଦୋଳନ

କେନ୍ଦ୍ରାପଡ଼ା, ୩୧/୭/୨୦୨୨(ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ହୋଇଥିବା ଐତିହାସିକ ଆନ୍ଦୋଳନକାରୀ କୃଷକମାନଙ୍କୁ ଦେଇଥିବା ପ୍ରତିଶୃତିକୁ ମୋଦି ସରକାର …

Leave a Reply

Your email address will not be published.