Friday , August 12 2022
Breaking News
Home / ଶିକ୍ଷା / ପାଖଡ଼ ହାଇସ୍କୁଲ ର ପ୍ରତିଷ୍ଠା ଦିବସ ପାଳିତ  

ପାଖଡ଼ ହାଇସ୍କୁଲ ର ପ୍ରତିଷ୍ଠା ଦିବସ ପାଳିତ  

  ଗରଦପୁର, ୨୬/୬/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ ହାଇସ୍କୁଲ ର ୪୩ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ଇଂ ଫକୀର ମୋହନ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ପ୍ରତିଷ୍ଠା ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ଅବସରରେ ଶ୍ରୀ ସେନାପତି ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟାଳୟରେ ଶୈଖିକ ପରିବେଶ ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ପବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଦ୍ୱାରିକାନାଥ ସେନାପତି, ପୂର୍ବତନ ଶିକ୍ଷକ ସାରଦା କୁମାର ପାଣି , ତ୍ରିଲୋଚନ ସ୍ୱାଇଁ, ସରପଂଚ ପ୍ରତିନିଧି ପ୍ରତାପ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗଠନ ମୂଳକ ଆଲୋଚନା କରିଥିଲେ । ଛାତ୍ର ସଂଘର ସଭାପତି ଡ଼ ଅମରେଶ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ୱରେ ଉତ୍ସବ ଅନୁଷ୍ଠିତ ହୋଇଥିଲା ।  ଉତ୍ସବ ପ୍ରାମ୍ଭରେ ଦେବେନ୍ଦ୍ରନାଥ ସାମଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ପରିଶେଷରେ ଆବାହକ ପ୍ରତାପ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶିକ୍ଷକ ଭ୍ରମର ବର ମହାନ୍ତି, ରାଧେଶ୍ୟାମ ପରିଡ଼ା, ଭରତ ଚନ୍ଦ୍ର ପରିଡ଼ା, ରଂଜନ କୁମାର ସାହୁ, କମ୍ଭୁରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ସରପଞ୍ଚ ଙ୍କ ନିଆରା ପ୍ରୟାସ

Leave a Reply

Your email address will not be published.