Friday , August 12 2022
Breaking News
Home / ବିଶେଷ /  ଦୃତ ବାଇକ୍ ଚାଳନାରେ ରୋକ୍ ପାଇଁ ଦାବି

 ଦୃତ ବାଇକ୍ ଚାଳନାରେ ରୋକ୍ ପାଇଁ ଦାବି

ଗରଦପୁର, ୨୬/୬/୨୦୨୨(ଓଡ଼ିଶା ସମାଚାର)- ପାଟକୁରା , ଗରଦପୁର ଅଂଚଳରେ ଉଦଭ୍ରାନ୍ତ ଯୁବକମାନଙ୍କ ଦୃତ ବାଇକ୍ ଚାଳନା ସାଧାରଣ ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ବିଶେଷକରି ରାସ୍ତାରେ ଯାତାୟତ କରୁଥିବା ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି ।  କେତେକ ଦଭ୍ରାନ୍ତ ଯୁବକମାନେ ପାଟକୁରା , ନୂଆପଡା. କୋରୁଆ, ତେଣ୍ଡାକୁଡ଼ାବଜାର ଏବଂ ନୂଆପଡା- ଗରଦପୁର ରାସ୍ତା, ପାଟକୁରା-ଗରଦପୁର ରାସ୍ତା,ପାଟକୁରା-ହଳଦିଆଗଡା ରାସ୍ତା, ତେଣ୍ଡାକୁଡ଼ା – ବିଜୟ ମହାବିଦ୍ୟାଳୟ ରାସ୍ତାରେ ଖୁବ୍ ଯୋରରେ ବାଇକ୍ ଚଳାଇ ଯାତାୟତ କରୁଥିବାର ଦେଖାଯାଉଛି । ଏହି ରାସ୍ତା ମଧ୍ୟ ଦେଇ ଯାତାୟତ କରୁଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାସ୍ତାରେ ଯିବା ପାଇଁ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି । କେତେକ ସମୟରେ ଯୁବକମାନେ ରାସ୍ତାରେ ଏପରି  ବେପରୁଆ ଭାବରେ ବାଇକ୍ ଚାଳନା କରୁଛନ୍ତି ଯେ କେତେବେଳେ ଯେ ଦୁର୍ଘଟଣା ଘଟିବ ତାହା କହି ହେବ ନାହିଁ । ସ୍କୁଲକୁ ସାଇକେଲ ନେଇ ଯାତାୟତ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ସମସ୍ୟା ଦେଖାଯାଇଛି । ଆହୁରୀ ମଧ୍ୟ ଏହି ଉଦଭ୍ରାନ୍ତ ଯୁବକମାନେ ବାଇକ୍ ରେ ନାନା ପ୍ରକାର ବିକଟାଳ ଶବ୍ଦ କରୁଥିବା ହର୍ଣ୍ଣ ମାରୁଛନ୍ତି । କେତେକ ବାଇକ୍ ରେ ଗୁଳି ଫୁଟିବା ଭଳି ଶବ୍ଦ ଲଗାଇ ରାସ୍ତାରେ ଯାଉଛନ୍ତି । ଏଭଳି ଶବ୍ଦ ଶୁଣି ଲୋକେ ଭୟଭିତ ହେଉଛନ୍ତି । ସେହିପରି ରାତିରେ ବାଇକ୍ ରେ ବିଭିନ୍ନ ପ୍ରକାର ଲାଇଟ ଲଗାଇ ଯାଉଛନ୍ତିଯେ ବିପରିତ ଦିଗରୁ ଆସୁଥିବା ବାଇକ୍ ଚାଳକମାନେ ଜଳକା ହୋଇଯାଇଛନ୍ତି । ସେହିପରି ଛୋଟ ଛୋଟ ପିଲାମାନେ ବାଂଇକ୍ ଚଳାଇବା ଉପରେ କଟକଣା ଥିଲେ ମଧ୍ୟ ଅନେକ ସମୟରେ ଛୋଟ ଛୋଟ ପିଲାମାନେ ବାଇକ୍ ଚଳାଉଥିବା ଦେଖାଯାଉଛି । ଏସବୁକୁ ଦୃଷ୍ଟିରେ ରଖି ପୁଲିସ୍ ପେଟ୍ରୋଲିଂ କରି ଏହିଭଳି ବେ-ପରୁଆ ଭାବରେ ଦୃତ ବାଇକ୍ ଚାଳନା କରୁଥିବା , ବିକଟାଳ ଶବ୍ଦ କରୁଥିବା , ଗୁଳି ଫୁଟିତବା ଭଳି ଶବ୍ଦ କରୁଥିବା ବାଇକ୍ ଚାଳନା କରୁଥିବା ଯୁବକମାନଙ୍କୁ ଶାସ୍ତି ଦିଅନ୍ତେ,ତେବେ ଅମାନିଆ ଯୁବକମାନେ ସାବାଡ ହୋଇ ପାରନ୍ତେ ବୋଲି ସାଧାରଣରେ  ମତ ପ୍ରକାଶ ପାଉଛି ।  ଓଡ଼ିଶା ସମାଚାର

About admin

Check Also

ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ  ଙ୍କ ଆତ୍ମହତ୍ୟା ସୂଚନା 

ପୁରୀ,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ  ଆତ୍ମହତ୍ୟା କରିଥିବା ସୂଚନା  । ମୃତ ଯୁବକ ଜଣକ …

Leave a Reply

Your email address will not be published.