Friday , August 12 2022
Breaking News
Home / କୃଷି / ତାରପୁର ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନ ଫଳାଫଳ 

ତାରପୁର ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନ ଫଳାଫଳ 

ତାରପୁର, ୨୬/୬/୨୦୨୨(ଓଡ଼ିଶା ସମାଚାର)- କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରଘୁନାଥପୁର ଶାଖା ଅନ୍ତର୍ଗତ ତାରପୁର ପ୍ରାଥମିକ କୃଷି ସମବାୟ ସମିତି ଚିକିରିଆ ଠାରେ ଆଜି ୧୫ ଜଣିଆ ବୋର୍ଡ଼ ମେମ୍ବର ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି ।  ସମିତି ର ସମ୍ପାଦକ ଭଗବାନ ପ୍ରସାଦ ସ୍ୱାଇଁ ଙ୍କ ତତ୍ୱାବଧାନରେ ନିର୍ବାଚନ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପରିଡ଼ା ପୁଲିଂ ଅଫିସର ସାରଦା ପ୍ରସନ୍ନ ଦାଶ, ପ୍ରକାଶ ଚନ୍ଦ୍ର ମହାପାତ୍ର , ଦୀପ୍ତିରଂଜନ ସ୍ୱାଇଁ ଉପସ୍ଥିତ ରହି ନିର୍ବାଚନ ପ୍ରକି୍ରିୟା କାର୍ଯ୍ୟ ସମାପନ କରିଥିଲେ । ଏହି ପ୍ରକି୍ରୟା ପୂର୍ବାହ୍ନ ୭ ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟାରେ ସମାପ୍ତ ହୋଇଥିଲା । ଏଥିରେ ପ୍ରତାପ କିଶୋର ସ୍ୱାଇଁ, ଦୀପକ କୁମାର ସ୍ୱାଇଁ, ସଂଗ୍ରାମ କିଶୋର ରାଉତ, ଲକ୍ଷ୍ମୀଧର ସେଠୀ, ପବିତ୍ର ମୋହନ ନାୟକ, ବାବାଜୀ ଚରଣ ଜେନା, ଗୋଲକ ବିହାରୀ ଲେଙ୍କା, ଭପତି ନାୟକ, ଦେବେନ୍ଦ୍ରନାଥ ସ୍ୱାଇଁ, ପ୍ରଦୀପ୍ତ କୁମାର ମଲିକ, ଅନ୍ତର୍ଯ୍ୟାମୀ ରାଉତ, ସରୋଜ କୁମାର ଦାଶ, ସୁରେଶ ନାୟକ, ଗାୟତ୍ରୀ ଲେଙ୍କା, ବିଦ୍ୟାବତୀ ଗୋଛାୟତ ବୋର୍ଡ଼ ମେମ୍ବର ଭାବେ ନିର୍ବାଚିତ ହୋଇଛନ୍ତି । ସମିତି ର କର୍ମଚାରୀ ସନ୍ତୋଷ କୁମାର ସାହୁ, କଳ୍ପତରୁ ସ୍ୱାଇଁ ସହଯୋଗ କରିଥିବାବେଳେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରଜତ କୁମାର ପାତ୍ର, ଚିକିଣିଆ ସରପଂଚ ବିଷ୍ଣୁ ଚରଣ ସେଠୀ, ସମିତି ସଭ୍ୟ ବିଚିତ୍ର କୁମାର ସ୍ୱାଇଁ, ତଅଁରା ସରପଂଚ ବଟକୃଷ୍ଣ ନାୟକ, ତାରପୁର ସରପଂଚ ଙ୍କ ପ୍ରତିନିଧି ପ୍ରଭାକର ମଲିକ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ ପ୍ରତିବାଦ ଓ ଚକାଜାମ ଆନ୍ଦୋଳନ

କେନ୍ଦ୍ରାପଡ଼ା, ୩୧/୭/୨୦୨୨(ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ହୋଇଥିବା ଐତିହାସିକ ଆନ୍ଦୋଳନକାରୀ କୃଷକମାନଙ୍କୁ ଦେଇଥିବା ପ୍ରତିଶୃତିକୁ ମୋଦି ସରକାର …

Leave a Reply

Your email address will not be published.