Friday , August 12 2022
Breaking News
Home / ବିଶେଷ / କଟକ ଜିଲ୍ଲାପାଳଙ୍କ ନାମରେ ଜାଲ ହ୍ଵାଟ୍ସଆପ ଆକାଉଣ୍ଟ ସୃଷ୍ଟି –

କଟକ ଜିଲ୍ଲାପାଳଙ୍କ ନାମରେ ଜାଲ ହ୍ଵାଟ୍ସଆପ ଆକାଉଣ୍ଟ ସୃଷ୍ଟି –

କଟକ ସାଇବର ଥାନାରେ ଏତଲା ଦାୟର କଲେ ଜିଲ୍ଲାପାଳ

କଟକ ,୨ ୬ /୦୬/୨୦୨୨(ଓଡ଼ିଶା ସମାଚାର /ଦେବାଶିଷ ରଥ)- କଟକ ଜିଲ୍ଲାପାଳଙ୍କ ନାମରେ ୭୬୯୬୯୧୮୧୫୧ ନମ୍ବର ଜରିଆରେ ଜାଲ ହ୍ଵାଟ୍ସଆପ ଆକାଉଣ୍ଟ ସୃଷ୍ଟି କରାଯାଇ ଏହା ମାଧ୍ୟମରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ଜଣାପଡିଛି। କେହି ଜଣେ ବ୍ୟକ୍ତି ପ୍ରତାରଣା ପୂର୍ବକ ଏଭଳି କାର୍ୟ୍ୟ କରୁଥିବା ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର ହୋଇଛି। ଏଥି ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଭବାନୀ ଶଙ୍କର ଚୟନୀ ସାଇବର ଥାନାରେ ଏତଲା ଦାୟର କରିବା ସଙ୍ଗେ ସଙ୍ଗେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ କଟକ ଭୁବନେଶ୍ବର ପୋଲିସ କମିଶନରେଟର ଆୟୁକ୍ତ ଓ ଉପ ଆୟୁକ୍ତଙ୍କୁ ଜଣାଇଛନ୍ତି। ଏହି ହ୍ଵାଟ୍ସଆପ ନମ୍ବର ମାଧ୍ୟମରେ ପ୍ରଦାନ କରାଯାଉଥିବା ତଥ୍ୟକୁ ଗ୍ରହଣ ନକରିବାକୁ ସେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।

ସମାଜର ସତର୍କ ପ୍ରହରୀ ଭାବରେ ଗଣମାଧ୍ୟମର ପ୍ରତିନିଧିମାନେ ଏହାକୁ ଗୁରୁତର ସହ ଗ୍ରହଣ କରି ଏଭଳି ଅପରାଧିକ କାର୍ୟ୍ୟ କଳାପକୁ ନିରୁତ୍ସାହିତ କରିବା ସମ୍ବନ୍ଧରେ ସମ୍ବାଦ ପରିବେଷଣ କରିବାକୁ ମଧ୍ୟ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ବୋଲି କଟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗଣେଶ୍ୱରଙ୍କ ଅକାଳ ମୃତୁ୍ୟରେ ଶୋକାକୁଳ ହୋଇପଡିଛି ଗ୍ରାମ

କେନ୍ଦ୍ରାପଡ଼ା, ୧୨/୦୮/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତଗାଙ୍ଗପଡା ଗ୍ରାମପଂଚାୟତର ଗୋଗୁଆ ଗ୍ରାମର ଗଣେଶ୍ୱର ଓଝାଙ୍କର ୪୭ବର୍ଷ ବୟସରେ ଅକାଳ ମୃତୁ୍ୟ ହୋଇଯାଇଛି …

Leave a Reply

Your email address will not be published.