Thursday , August 18 2022
Breaking News
Home / ବିଶେଷ / ଏସ୍ଟିଏଫ୍ ହାତରେ ୪ ବ୍ରାଉନ୍ ସୁଗାର ମାଫିଆ

ଏସ୍ଟିଏଫ୍ ହାତରେ ୪ ବ୍ରାଉନ୍ ସୁଗାର ମାଫିଆ

ଭୁବନେଶ୍ୱର ୨ ୬ /୦୬/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧାରୁ ପୁଣି ଜବତ ହେଲା ବିପୁଳ ପରିମାଣର ବ୍ରାଉନସୁଗାର । ୧ କେଜି ୩୦ ଗ୍ରାମ୍ ର ବ୍ରାଉନ୍ ସୁଗାର ଜବତ କରିବା ସହ ୪ଜଣଙ୍କୁ ଗିରଫ କରାଯାଇଛି ।

ଖବର ଅନୁଯାୟୀ, ବ୍ରାଉନ୍ କାରବାର ନେଇ କ୍ରାଇମ୍   ବ୍ରାଞ୍ଚ ଏସ୍ଟିଏଫ୍ କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହି ଆଧାରରେ ଏସ୍ଟିଏଫ୍ ଖୋର୍ଦ୍ଧାର ଏକ ସ୍ଥାନରେ ଚଢାଉ କରିଥିଲା । ଏହି ଚଢାଉରେ ଏସ୍ଟିଏଫ୍ ୧ କେଜି ୩୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି । ଏହାସହିତ  ୪ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୪ ଅଭିଯୁକ୍ତ କୋଚିଳାବଣର ରାକେଶ କୁମାର ବାରିକ ଓ ବିରଞ୍ଚିନାରାୟଣ ସାହୁ ଏବଂ ଅନ୍ୟ ଦୁଇ ଅଭିଯୁକ୍ତ ସାମନ୍ତରାପୁରର ଜଗବନ୍ଧୁ ବିଶ୍ବାଳ ଓ ସନ୍ତୋଷ ରାଉତରାୟ ବୋଲି ଜଣାପଡିଛି । ଗିରଫ ୪ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.