Friday , August 12 2022
Breaking News
Home / ତାଜା ଖବର / Breaking News : ରାଉରକେଲା : ଏନକାଉଣ୍ଟର ରେ ଦୁର୍ଦ୍ଧାନ୍ତ ଅପରାଧୀ ଆହତ, ଅନ୍ୟ ୨ ଗିରଫ, ଏକେ-୪୭ ରାଇଫଲ୍ , ଗୋଟିଏ ପିସ୍ତଲ, ୧୫ ରାଉଣ୍ଡ ଗୁଳି, ଗୋଟିଏ କାର ଜବତ

Breaking News : ରାଉରକେଲା : ଏନକାଉଣ୍ଟର ରେ ଦୁର୍ଦ୍ଧାନ୍ତ ଅପରାଧୀ ଆହତ, ଅନ୍ୟ ୨ ଗିରଫ, ଏକେ-୪୭ ରାଇଫଲ୍ , ଗୋଟିଏ ପିସ୍ତଲ, ୧୫ ରାଉଣ୍ଡ ଗୁଳି, ଗୋଟିଏ କାର ଜବତ

ରାଉରକେଲା, ୨୫/୬/୨୦୨୨(ଓଡ଼ିଶା ସମାଚାର)- ରାଉରକେଲାର ଚାନ୍ଦିପୋଷ ଥାନା ଅଞ୍ଚଳରେ ଆଜି ଏକ ବଡ ଧରଣର ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ବିଶ୍ୱଜିତ ସାହୁ ନାମକ ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ଆହତ ହୋଇଛି। ତାଙ୍କ ବାମ ଗୋଡରେ ବାଜିଛି ଗୁଳି ।ତାକୁ ଉଦ୍ଧାର କରାଯାଇ ଆରଜିଏଚରେ ଭର୍ତ୍ତି କରାଯାଇଛି। ସେହି ଅପରାଧୀ ଠାରୁ ଗୋଟିଏ ଏକେ-୪୭ ରାଇଫଲ୍ , ଗୋଟିଏ ପିସ୍ତଲ, ୧୫ ରାଉଣ୍ଡ ଗୁଳି, ଗୋଟିଏ କାର ଜବତ କରାଯାଇଛି। ଏହାସହ ଆଉ ୨ ଜଣ ଅପରାଧୀଙ୍କୁ ରାଉକେଲା ପୁଲିସ ଅଟକ ରଖି ତଦନ୍ତ କରୁଛି।କୌଣସି ସ୍ଥାନରେ ଏକ ବଡ଼ ଧରଣର କାଣ୍ଡ ଘଟାଇବାକୁ ସେମାନେ ଏକ ଧଳା ରଙ୍ଗର କାର ରେ ଯାଉଥିବା ସୂଚନା ପାଇ ପୋଲିସ ଜଗିଥିଲା । ସେମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ । ଏହାର ଜବାବରେ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଆହତ ବିଶ୍ୱଜିତ ର ଅବସ୍ଥା ଭଲ ଅଛି । ଓଡ଼ିଶା ସମାଚାର

 

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.