Friday , August 12 2022
Breaking News
Home / ତାଜା ଖବର / ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା :ଚାଳକ ମୃତ

ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା :ଚାଳକ ମୃତ

ବାଲିଗୁଡା,୨୫/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଜକିକିଆ ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ ମୋଟର ସାଇକେଲଭାରସାମ୍ୟ ହରାଇ ରାସ୍ତା କଡ ଗାର୍ଡ ଓ୍ବାଲ୍ ସହ ଧକ୍କା ହେବା ଫଳରେ ମୋଟର ଚାଳକଙ୍କ ମୃତ୍ୟୁ ହୋଇଛି । ଜାତୀୟ ରାଜପଥ ଦେଇ ନିଜ ଘରକୁ ଯିବାବେଳେ ଜକିକିଆ ନିକଟରେ ଭାରସାମ୍ୟ ହରାଇବା ଫଳରେ ବାଟାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଷାଙ୍ଗିଆ ଗ୍ରାମର ରାଜିଆ ପଣ୍ଡା,(୪୨) ଗୁରୁତର ଆହତ ହୋଇ ପଡ଼ିଥିଲେ । ଖବରପାଇ ବାଲିଗୁଡ଼ା ଡିଏସପି ସୌମ୍ୟ ରଞ୍ଜନ ମଲ୍ଲିକ ଓ ଥାନା ଅଧିକାରୀ ବାବାଶଙ୍କର ସରାଫ୍ ଙ୍କ ସମେତ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ରଜିଆଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ରଜିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଓଡିଶା ସମାଚାର

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.