Friday , August 12 2022
Breaking News
Home / ଶିକ୍ଷା / ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ପାଟେଣୀଗାଁ ବିଦ୍ୟାଳୟ ସମ୍ମୁଖରେ ଧାରଣା

ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ପାଟେଣୀଗାଁ ବିଦ୍ୟାଳୟ ସମ୍ମୁଖରେ ଧାରଣା

 ରଘୁନାଥପୁର, ୨୫/୬/୨୦୨୨(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକର ୬ଗୋଟି ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶ୍ରଣକୁ ନେଇ ଗ୍ରାମବାସୀ, ଅଭିଭାବକ ଜାଣିଲା ପରେ ସରକାରଙ୍କ ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରିଛନ୍ତି । ଏହି ବିରୋଧ ଦେଖିବାକୁ ମିଳିଛି, ଗୁଆଳିପୁର ପଂଚାୟତ ପାଟେଣି ଗାଁ ବିଦ୍ୟାଳୟରେ । ଶତାଧିକ ଗ୍ରାମବାସୀ, ଅଭିଭାବକ, ଛାତ୍ରଛାତ୍ରୀମାନେ ସାମିଲ ହୋଇ ପାଟେଣି ଗାଁ ବିଦ୍ୟାଳୟକୁ ରାଧାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କରାଯିବ ନାହିଁ ବିଦ୍ୟାଳୟ ସମ୍ମୁଖରେ ଧାରଣା ବିକ୍ଷୋଭ କରିଛନ୍ତି । ପ୍ରକାଶଥାଉକି, ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଟେଣୀଗାଁ ପ୍ରାଥମିକ ବିଦ୍ୟାଳୟଟିକୁ ରାଧାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି ବୋଲି ଏକ ଚିଠି ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ନିକଟକୁ ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ସୋନା ମହାନ୍ତି ଆଜି ନେଇଯାଇଥିଲେ  । ଅଭିଭାବକ ଓ ଗ୍ରାମବାସୀଙ୍କ ତୀବ୍ର ବିରୋଧ ଯୋଗୁ ଆଂଚଳିକ ସାଧନ କେନ୍ଦ୍ରର ସଂଯୋଜକ ଶ୍ରୀମତି ମହାନ୍ତି ଚିଠିଟି ପ୍ରଧାନଶିକ୍ଷକଙ୍କୁ ନଦେଇ ପାରି ଚିଠି ଫେରାଇ ଆଣିଛନ୍ତି । ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ପାଟେଣି ଗାଁ ବିଦ୍ୟାଳୟ ସମ୍ମୁଖରେ ସକାଳ ୭ଘଟିକା ଠାରୁ ଦିନ ୧୦ଘଟିକା ପର୍ଯ୍ୟନ୍ତ ୩ଘଂଟା ଧରି ଧାରଣାରେ ବସିଥିଲେ । ବିଦ୍ୟାଳୟକୁ ଏଠାରୁ ସ୍ଥାନାନ୍ତର କରାଇ ଦେବେନାହିଁ ବୋଲି ଦାବି କରି ଆନ୍ଦୋଳନରେ ପୂର୍ବତନ ସରପଂଚ ପୁରୁଷୋତମ ଦାସ, ଅଶୋକ ଦାସ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, କେଶବ କୁଅଁର, ଜିତେନ ଦାସ, ରଶ୍ମୀ ରଞ୍ଜନବେହେରା, ପ୍ରମୋଦିନି ସ୍ୱାଇଁ, ଅଞ୍ଜନ ସେଠୀ, ମୁରା ଦାସ, ତ୍ରିପୁରା କୁମାର, ନିଶାମଣୀ ସ୍ୱାଇଁ, ରବିଶଙ୍କର ପ୍ରଧାନ, ସୁନିତା ମଲ୍ଲିକ, ବିଶ୍ୱନାଥ ବାରିକ, ମନୋଜ କୁମାର ଜେନା, ସ୍ୱର୍ଣ୍ଣଲତା ବାରିକ, ଉପେନ୍ଦ୍ର ବେହେରା, ଶ୍ୟାମସୁନ୍ଦର ଦାସ, ସତ୍ୟବାଦୀ ରାଉତ, ସୁଧିର ରାଉତଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ, ଅଭିଭାବକ ସାମିଲ ହୋଇ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ବିଦ୍ୟାଳୟକୁ ଏଠାରୁ ସ୍ଥାନାନ୍ତରିତ ନକରିବା ଦାବି କରି ଏକ ସ୍ମାରକ ପତ୍ର ୫ଟି ସଚିବ, ଗଣଶିକ୍ଷା ମନ୍ତ୍ରୀ, ବିଧାନସଭା ବାଚସ୍ପତି, ବିରୋଧୀଦଳ ନେତା, ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସରପଞ୍ଚ ଙ୍କ ନିଆରା ପ୍ରୟାସ

Leave a Reply

Your email address will not be published.