Friday , August 12 2022
Breaking News
Home / ଶିକ୍ଷା / ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ସାଲେପୁର, ୨୫ /୬/୨୦୨୨ (ଓଡିଶା ସମାଚାର/ ଅଭୟଜେନା ) -ସାଲେପୁର ବ୍ଲକ ଅନ୍ତର୍ଗତ ୧୬ ଗୋଟି  ୫ ଟି ରୂପାନ୍ତରିତ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର କଲ୍ୟାଣ ପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ବି ଇ ଓ ଜଗବନ୍ଧୁ ଶତପଥି, ଏ ଡି  ଇ ଓ ସୋନାଲିକା ରାୟ, ସନ୍ତୋଷ କୁମାର ରାଉତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ରେ ସାଲେପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋରଞ୍ଜନ ବାରିକ,ଏ ଡି ଇ ଓ  ସୋନାଲିକା ରାୟ ଓ ସନ୍ତୋଷ କୁମାର ରାଉତ, ପୋଡାଗୋଜି କୋଅର୍ଡିନେଟର ସରିତା ଶତପଥୀ, ଅଶୋକ କୁମାର ସେଠି , ସୁଶାନ୍ତ କୁମାର ସାହୁ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ଏଥିରେ ୫୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ସାଲେପୁର ଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥି ପ୍ରଶିକ୍ଷଣ ଶିବିର କୁ ଉଦଯାପନ କରିଥିଲେ । ଶେଷରେ ଶିବିରାର୍ଥୀ ମାନଙ୍କୁ ୫ ଟି ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।  କଲ୍ୟାଣପୁର ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ମହାପାତ୍ର କାର୍ଯ୍ୟକ୍ରମ ର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସାଲେପୁର ବ୍ଲକ ର ସମସ୍ତ ସି ଆର ସି ସି ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ । ଓଡିଶା ସମାଚାର

About admin

Check Also

ସରପଞ୍ଚ ଙ୍କ ନିଆରା ପ୍ରୟାସ

Leave a Reply

Your email address will not be published.