Friday , August 12 2022
Breaking News
Home / ଶିକ୍ଷା / କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଫେରୁଛି ଶୈକ୍ଷିକ ବାତାବରଣ

କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଫେରୁଛି ଶୈକ୍ଷିକ ବାତାବରଣ

କେନ୍ଦ୍ରାପଡ଼ା, ୨୫/୬/୨୦୨୨(ଓଡ଼ିଶା ସମାଚାର)-କରୋନା ବେଳେ ପାଠ ପଢା ବ୍ୟାଘାତ ହୋଇଥିଲା । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମାନସିକତା ଉପରେ ପ୍ରଭାବ ପଡିଥିଲା । କରୋନା କଟକଣା ଉଠିଯିବା ପରେ ଛାତ୍ରଛାତ୍ରୀମାନେ ପାଠ ପଢାରେ ବିଶେଷ ଭାବେ ମନ ଦେଉ ନଥିଲେ । କିନ୍ତୁ ଏବେ ମହାବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଫେରୁଛି ବୋଲି ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା କହିଛନ୍ତି । ସେ କହିଛନ୍ତି ଯେ ଏବେ ସବୁ କ୍ଲାସ ହେଉଛି । ମୁଁ ନିଜେ କ୍ଲାସ ହେଉଛି କି ନାହିଁ ତାହାର ତଦାରଖ କରୁଛି । କୌଣସି ଛାତ୍ରଛାତ୍ରୀ ଯେପରି ଘରୁ ଆସି କ୍ଲାସ ନ କରି କେଉଁଆଡେ ନ ବୁଲିବେ ସେଥିନେଇ ପଦକ୍ଷେପ ଗ୍ରହଣ କରାଯାଉଛି । ନିୟମିତ ବ୍ୟବଧାନରେ ଅଭିଭାବକମାନଙ୍କ ସହ ଆମେ କଥାବାର୍ତା ହେଉଛୁ । ଅଭିଭାବକମାନଙ୍କୁ ଆମ ଟେଲିଫୋନ ନମ୍ବର ଦିଆଯାଇଛି । ଫଳରେ ଘରୁ ପାଠ ପଢିବାକୁ ବାହାରିଥିବା ପିଲା କ୍ଲାସରେ ପହଂଚୁଛନ୍ତି କି ନାହିଁ ସେ ସମ୍ପର୍କରେ ଅଭିଭାବକମାନେ କଲେଜକୁ ଯୋଗାଯୋଗ କରି ଜାଣି ପାରୁଛନ୍ତି । କୌଣସି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ କ୍ଲାସ ମିସ କରୁନାହାଁନ୍ତି । ସେହିପରି ଅଣଛାତ୍ରଙ୍କ କଲେଜ ହତା ମଧ୍ୟରେ ପ୍ରବେଶକୁ ବନ୍ଦ କରାଯାଇଛି । ସବୁ ଫାଟକ ନିକଟରେ ଆମ ଅଧ୍ୟାପକ, କର୍ମଚାରୀ ପଇଁତରା ମାରୁଛନ୍ତି । ଛାତ୍ରଛାତ୍ରୀମାନଙ୍କ ପରିଚୟପତ୍ର କଡ଼ାକଡ଼ି ଭାବେ ଯାଂଚ କରାଯାଉଛି ।  ବିନା ପରିଚୟପତ୍ରରେ ଆସୁଥିବା ଛାତ୍ରଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ଦିଆଯାଉନାହିଁ । ଏହାଦ୍ୱାରା ମହାବିଦ୍ୟାଳୟ ପରିସରରେ ଶୈକ୍ଷିକ ବାତାବରଣ ଫେରୁଛି ବୋଲି ଶ୍ରୀ ବେହେରା କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସରପଞ୍ଚ ଙ୍କ ନିଆରା ପ୍ରୟାସ

Leave a Reply

Your email address will not be published.