Friday , July 1 2022
Breaking News
Home / ବିଶେଷ / ସାଙ୍ଗରେ କାମ କରିବାକୁ ନ ନେବାରୁ ଦୁଇ ସାଙ୍ଗକୁ ଏସିଡ ଆଟାକ ,  ଦୁଇ ଗୁରୁତର, ଜଣେ ଆହତ

ସାଙ୍ଗରେ କାମ କରିବାକୁ ନ ନେବାରୁ ଦୁଇ ସାଙ୍ଗକୁ ଏସିଡ ଆଟାକ ,  ଦୁଇ ଗୁରୁତର, ଜଣେ ଆହତ

ଜୁନାଗଡ଼ , ୨୪ /୬/୨୦୨୨(ଓଡ଼ିଶା ସମାଚାର / ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ଗୋଥିପଡ଼ାରେ ଘଟିଛି ଏକ ଅଘଟଣ । ସାଙ୍ଗରେ କାମ କରିବାକୁ ନ ନେବାରୁ ୨ଜଣଙ୍କୁ ଏସିଡ ଆଟାକ କରିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜୁନାଗଡ଼ ସହରର ଗୋଥିପଡ଼ାର ଶାନ୍ତନୁ ବିଶି, ନିଳାମ୍ବର ମାଝୀ ଓ ମୋହନଲାଲ ବିଶି ଆଗରୁ ସାଥି ହୋଇ କାମ କରୁଥିଲେ । ଶାନ୍ତନୁ ମଦପିଉଥିବା ଯୋଗୁଁ ନିଳାମ୍ବର ଓ ମୋହନଲାଲ ଶାନ୍ତନୁ କୁ ସାଥିରେ କାମ କରିବାକୁ ନେଉନଥିଲେ । ଗତକାଲି ଶାନ୍ତନୁ ୨ଜଣଙ୍କୁ ରାସ୍ତାରେ ଦେଖି ମତେ କାହିଁକି କାମ କୁ ନେଉ ନ ବୋଲି କହିଥିଲେ । ୨ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତହୋଇ ଶାନ୍ତନୁ ଏସିଡ  ପକାଇ  ଥିଲା । ଏଥିରେ ମୋହନଲାଲ ବିଶିର ମୁହଁ ଓ ହାତ ଓ ଗୋଡ଼ରେ ଏସିଡ ପଡିଥିବା ବେଳେ ଓ ନିଳାମ୍ବରକୁ ପିଠିରେ ଓ ହାତରେ ଏସିଡ ପଡିଛି । ଏନେଇ ଜୁନାଗଡ଼ ଥାନାରେ ଅଭିଯୋଗ ପରେ ଏସଆଇ ସୋନୁ ଖାଲକୋ କେସ ନଂ ୨୭୭/୨୨ ରେ ଏକ ମାମଲା ରୁଜ ଘଟଣାର ତଦନ୍ତ କରିଥିଲେ । ପରେ ଅଭିଯୁକ୍ତ ଶାନ୍ତନୁ ବିଶିଙ୍କୁ କୋର୍ଟ ଚାଲାଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶ୍ରୀସତ୍ୟସାଇ ସେବା ସମିତିର ଶ୍ରୀବଳଦେବଜୀଉ ମନ୍ଦିର ସଫେଇ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ପବିତ୍ର ଶ୍ରୀଗୁଣ୍ଡିଚାରେ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରକୁ ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦ୍ରାପଡା ପକ୍ଷରୁ …

Leave a Reply

Your email address will not be published. Required fields are marked *