ଜୁନାଗଡ଼ ,୨୪ /୬/୨୦୨୨(ଓଡ଼ିଶା ସମାଚାର / ରାକେଶ ବେମାଲ )- ଜୁନାଗଡ଼ ବ୍ଲକ କାର୍ୟ୍ୟାଳୟ କନଫରେନ୍ସ ହଲ୍ ଠାରେ ଚଳିତ ରଥ ଯାତ୍ରା ପାଇଁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି କ୍ଷ ଏଥିରେ ରଥଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ୟ୍ୟନ୍ତ ସମସ୍ତ କାର୍ୟ୍ୟକ୍ରମ କିପରି ସୁରୁଖୁରୁରେ ସମାପନ ହେବ ସେ ନେଇ ଆଲୋଚନା କରା ଯାଇଥିଲା । ପ୍ରଭୁ ଜଗନ୍ନାଥଙ୍କ ଯାତ୍ରା କଲମପୁର ଛକ ରୁ ଆରମ୍ଭ ହୋଇ ବ୍ଲକ ଅଫିସ ନିକଟସ୍ଥ ଗୁଣ୍ଡିଚା ମନ୍ଦିର ରେ ପହଞ୍ଚିବ। ଏହାପରେ ମାଉସୀ ମା ମନ୍ଦିର କମିଟି ପକ୍ଷରୁ ପ୍ରଭୁଙ୍କ ରଥକୁ ସ୍ଵାଗତ କରାଯିବ ।ଏହା ପୂର୍ବ ରୁ ମାଉସୀ ମା ମନ୍ଦିର ର ସୌନ୍ଦର୍ୟ୍ୟ କରଣ କରାଯିବ ସହ ଲାଇଟ୍ ୱାଟର ପ୍ରୁଫ ଟେଣ୍ଟ କରାଯିବ । ପ୍ରତେକ ଦିନ ଦିନବେଳା ଆନନ୍ଦ ବଜାର ଭୋଗ ହେବ ଓ ସନ୍ଧ୍ୟା ରେ ଭଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜୁନାଗଡ଼ ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରପଞ୍ଚ ସଂଘ ସଭାପତି ତାରା ଶାଙ୍କର ରାୟଗୁରୁ, ବିଏସ୍ଏସ୍ଓ ତୁଷାର ରଞ୍ଜନ ସାହୁ, ଡବ୍ଲୁଇଓ ସୁମନ୍ତ ମାଝୀ, ଜିପିଓ ରାଜେନ୍ଦ୍ର ଭୋଇ, ଯନ୍ତ୍ରୀ ସଞ୍ଜୟ କୁମାର ମଲ୍ଲିକ,ଶିକ୍ଷକ ସଂଘ ସଭାପତି ସରୋଜ କୁମାର ପଣ୍ଡା,ଆଶୁତୋଷ ପଣ୍ଡା,ଚକ୍ର ତାଣ୍ଡି,ସୁଶିଲ ଠାକୁର,ଟୁକୁନା ସାହୁ ତ୍ରିନାଥ ମନ୍ଦିର ପୂଜକ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର