Friday , August 12 2022
Breaking News
Home / ବିଶେଷ / ବାଲିଗୁଡା ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡା,୨୪/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ର ରଥଯାତ୍ରା କିଭଳି ଶାନ୍ତି ଓ ଶୃଙ୍ଖଳାର ସହିତ କରାଯିବ ସେ ନେଇ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ମଧୁସୂଦନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ପ୍ରକାର କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବାଲିଗୁଡା ଏସ୍ଡିପିଓ ଜି ଆର ରାଘବେନ୍ଦ୍ର, ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ର, ବିଡିଓ ଜଗଦୀଶ ଷଡ଼ଙ୍ଗୀ,  ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ, ପୂର୍ବତନ ଏନଏସି ଅଧ୍ୟକ୍ଷ ଲୋକ ନାଥ ପାଢ଼ୀ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ,ଜଗନ୍ନାଥ ମନ୍ଦିର ସଭାପତି ଟି ଶ୍ରୀନିବାସ ରାଓ, ବିଭିନ୍ନ ସରକାରୀ ଅଧିକାରୀ,କାଉନସିଲର,ବୁଦ୍ଧିଜୀବୀଙ୍କ ସମେତ ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ଏହି ବୈଠକରେ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଜ୍ଝଚଳିତ ବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ କିପରି ଅନୁଷ୍ଟିତ ହେବ ସେ ନେଇ ଆଲୋଚନା କରାଯାଇଥିଲା । ଵାଲିଗୁଡା ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ କୁମାର ମଲ୍ଲିକ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ  ଙ୍କ ଆତ୍ମହତ୍ୟା ସୂଚନା 

ପୁରୀ,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ  ଆତ୍ମହତ୍ୟା କରିଥିବା ସୂଚନା  । ମୃତ ଯୁବକ ଜଣକ …

Leave a Reply

Your email address will not be published.