ଜୁନାଗଡ଼,୨୪ /୬/୨୦୨୨(ଓଡ଼ିଶା ସମାଚାର / ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମରେ ସାମାନ୍ୟ ବର୍ଷା ହେଲେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଚାଲୁଛି,ଯାହାଦ୍ୱାରା ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି। ଏହି ପଂଚାୟତର କାର୍ଲି ଗ୍ରାମରେ ଅଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। କେଇଟା ବର୍ଷାରେ ରାସ୍ତାରେ ଆଣ୍ଠୁ ଏ ପାଣି ଜମି ରହୁଛି ,ଯାହାଫଳରେ ଲୋକେ ଯାତାୟାତ କରିବାରେ ବହୁ ସମସ୍ୟା ଦେଖାଯାଉଛି।ଗାଁ ମୁଖ୍ୟ ରାସ୍ତାରେ ପାଣି ପ୍ରଭାହିତ ହେବାଦ୍ୱାରା ଅନେକ ମଇଳା ଜିନିଷ ପ୍ରଭାହିତ ହୋଇ ସଂକ୍ରାମକ ରୋଗ ହେବାର ସମ୍ଭାବନା ରହିଛି।ପାଣି ଯୋଗୁ ସ୍ତ୍ରୀ ଓ ଶିଶୁ ବିଶେଷ ଭାବେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି।ଏହି ସମସ୍ୟା ନେଇ ଗ୍ରାମର ଲୋକେ ଅନେକ ଥର ଆରଡି ର କନିଷ୍ଠଯନ୍ତ୍ରୀ ଏବଂ ଠିକାଦାର ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଏହି ରାସ୍ତା କର୍ଲୀ ଛକ୍ ରୁ କର୍ଲି କେନାଲ ପଡ଼ା କୁ ସଂଯୋଗ ହୋଇଛି ଫଳରେ ଗ୍ରାମର ଅନେକ ଜନସାଧରଣ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତା ର ଗୁରୁତ୍ୱ ପ୍ରତି ଦୃଷ୍ଟି ହେଦଇ ଏହାର ଶୀଘ୍ର ପଦକ୍ଷେପ ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି। ଓଡ଼ିଶା ସମାଚାର
