Friday , August 12 2022
Breaking News
Home / ବିଶେଷ / ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ  ଶ୍ରାଦ୍ଧ ଦିବସ ପାଳନ 

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ  ଶ୍ରାଦ୍ଧ ଦିବସ ପାଳନ 

କେନ୍ଦ୍ରାପଡ଼ା,୨୪/୬/୨୦୨୨(ଓଡ଼ିଶା ସମାଚାର)- ପୂଜ୍ୟପୂଜାଙ୍କୁ ସମ୍ମାନ ପୂର୍ବକ ଜନଶକ୍ତି ପାର୍ଟି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟ ସନ୍ନିିକଟରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ ଯୋଗ ଦେଇ କହିଥିଲେ ଯେ ସ୍ୱର୍ଗତ ଚୌଧୁରୀ ଏକା ଧାରରେ ଜଣେ ସମାଜସେବି, ସୁବକ୍ତା, ସଂଗଠକ, ସମାଜ ସଂସ୍କାରକ, ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ । ସେ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ ମହାତ୍ମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାରାବରଣ ମଧ୍ୟ କରିଥିଲେ ।  ସେ  ମୁଖ୍ୟମନ୍ତ୍ରୀ ଥାଇ ନିଶା ନିବାରଣ ଆଇନର ପ୍ରବର୍ତକ ତଥା ସଚ୍ଚୋଟ ଓ ଅହଂକାର ଶୁନ୍ୟ ବ୍ୟକ୍ତିତ୍ୱ ଥିଲେ । ଜମିଦାର ଗୋକୁଳାନନ୍ଦଙ୍କ ସେ ସୁପୁତ୍ର ଥିଲେ । ଏହି ଅବସରରେ ଶ୍ରୀ ଦାଶ ସ୍ୱର୍ଗତ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଉପଲକ୍ଷେ ପାର୍ଟିର ଜିଲ୍ଲା ସଭାପତି ନରୋତମ ଜେନାଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ମୁଖପାତ୍ର ଅଜୟ ଦାସ, ରାଜନଗର ଆବାହକ ଆଡଭୋକେଟ ସୁଧିର ଦାସ,  ମାଇନରିଟି ସଭାପତି ଅମିରୁଦ୍ଧିନ, ସେବା ଦଳ ପ୍ରମୁଖ ଅଶୋକ ରାଉତ, ଦଳିତ ସଭାପତି ନାରାୟଣ ମଲ୍ଲିକ, ନାରାୟଣ ରାଉତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ  କରିଥିଲେ  । ଓଡ଼ିଶା ସମାଚାର

About admin

Check Also

ଗଙ୍ଗାଧର ଓଡ଼ିଶାର କାଳିଦାସ – ଉତ୍କଳ ସମ୍ମିନଳନୀ

(ମେହେର ଜୟନ୍ତୀ ପାଳନ) ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ୱଭାବ କବି ରଙ୍ଗାଜୀବ ଗଙ୍ଗାଧର …

Leave a Reply

Your email address will not be published.