Friday , August 12 2022
Breaking News
Home / ତାଜା ଖବର / ପୁରୀରେ ଫୁଟିଲା ବୋମା , ଜଣେ ଆହତ

ପୁରୀରେ ଫୁଟିଲା ବୋମା , ଜଣେ ଆହତ

ପୁରୀ, ୨୪/୬/୨୦୨୨(ଓଡ଼ିଶା ସମାଚାର)- ପୁରୀ ରେ ବୋମାମାଡ଼ । ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଆଜି ରାତିରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଖବର ମିଳିଛି। ବୋମାମାଡ଼ ରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇଜଣ ଦୁର୍ବୃତ ଏକ ବାଇକ୍ ଆସି ବୋମାମାଡ଼ କରିଥିବା ସୂଚନା । ଏ ସଂପର୍କରେ ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ଘଟଣାର ଛାନଭିନ୍ କରୁଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ପୁଲିସ ସନ୍ଦେହ କରୁଛି। ଓଡ଼ିଶା ସମାଚାର

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.