Friday , August 12 2022
Breaking News
Home / ବିଶେଷ / ନବକୃଷ୍ଣ  ଚୌଧୁରୀଙ୍କ ତିରୋଧାନ ଦିବସ ପାଳିତ

ନବକୃଷ୍ଣ  ଚୌଧୁରୀଙ୍କ ତିରୋଧାନ ଦିବସ ପାଳିତ

ଜଗତସିଂହପୁର,୨୪/୬/୨୦୨୨(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ,ଜଗତସିଂହପୁର ଜିଲ୍ଲାର ସୁଯୋଗ୍ୟ ସନ୍ତାନ,ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଅଛି । ନବକୃଷ୍ଣ ଚୌଧୁରୀ ଜଗତସିଂହପୁର ଜିଲ୍ଲାର ଖେରସ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପରାଧିନ  ଭାରତର ଦୁରାବସ୍ଥାରେ ବ୍ୟଥିତ ହୋଇ ସେ ସ୍ୱାଧିନତା ଆନ୍ଦୋଳନରେ  ଯୋଗଦେଇଥିଲେ । ୧୯୫୦ ମସିହା ଠାରୁ ୧୯୫୬ ମସିହା  ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଶ୍ରାଦ୍ଧ ଦିବସ ଅବସରରେ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ  ସାହୁ,ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓ ଖେରସ ଗ୍ରାମରେ ଥିବା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ବିଶୋଇ,କାଉନସିଲର୍ କ୍ରିନିସ୍ ପ୍ରିୟା ପରିଜା,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ , ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ ,ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲିପ କୁମାର ଜେନା,ଉପ-ପରିଚାଳକ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ,ସୁକାନ୍ତ କୁମାର ପ୍ରଧାନ ସ୍ଥାନୀୟ ବୁଦ୍ଧିଜୀବୀ,ଗଣମାଧ୍ୟମର ପ୍ରତିନିଧି ,ପୌର ପରିଷଦ କର୍ମଚାରୀଗଣ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ମେଧାବୀ ଛାତ୍ରୀଙ୍କୁ କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ସୋସାଇଟି ପକ୍ଷରୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଚଳିତବର୍ଷ ଯୁକ୍ତ୨କଳା ପରୀକ୍ଷାରେ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ରୂପସ୍ମିତା ରାଉତ ସେହି କଲେଜରେ ସର୍ବୋଚ୍ଚ …

Leave a Reply

Your email address will not be published.