କେନ୍ଦ୍ରାପଡ଼ା,୨୪/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ଛକରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ ଉଦ୍ୟମ ପାଇଁ ହୋଇଥିବା ଯୋଜନା ପଣ୍ଡ ହୋଇଯାଇଛି । କାରଣ ଲୁଟ୍ ଉଦ୍ୟମ ବେଳେ ପିସିଆର ଭ୍ୟାନ ଘଟଣା ସ୍ଥଳରେ ପହଂଚି ଯାଇଥିଲା । ଫଳରେ ୪ ଜଣ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା ବେଳେ ଅନ୍ୟ ୨ ଜଣଙ୍କୁ ପୋଲିସ ମାଡିବସିଥିଲା । ସୂଚନା ଅନୁଯାୟୀ ରାତି ପ୍ରାୟ ୩ଟା ସମୟରେ ୬ ଜଣ ଲୁଟିଆ ସାବଳ, କଟର ଧରି ଏଟିଏମ୍ ଲୁଟ୍ ପାଇଁ ଯୋଜନା କରିଥିଲେ । ଏଟିଏମ୍ ର ଉପର ଅଂଶକୁ ସେମାନେ ଭାଙ୍ଗି ଦେଇଥିଲେ । କିନ୍ତୁ ଏହି ସମୟରେ ଏକ ପିସିଆର ଭ୍ୟାନ ପାଟ୍ରୋଲିଂ କରୁଥିଲା । ଏଟିଏମ୍ ନିକଟରେ ଭ୍ୟାନ୍ ପହଂଚିବା ବେଳକୁ ଲୁଟିଆମାନେ ଦୌଡାଦୌଡି ହୋଇ ଫେରାର ହୋଇ ଯାଇଥିଲେ । ପୋଲିସ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଧରି ଥାନାକୁ ଆଣି ଅଟକ ରଖି ପଚରା ଉଚରା ଚଳାଇଥିବା ପୋଲିସ ସୁତ୍ରରୁ ଜଣାପଡିିଛି । ଓଡ଼ିଶା ସମାଚାର
