Friday , August 12 2022
Breaking News
Home / ବିଶେଷ / ଆନ୍ତଃ ନଦୀଜଳ ସଂରକ୍ଷଣ ପାଇଁ ଜଳସେଚନ ବିଭାଗ ପକ୍ଷରୁ ସର୍ଭେକ୍ଷଣ

ଆନ୍ତଃ ନଦୀଜଳ ସଂରକ୍ଷଣ ପାଇଁ ଜଳସେଚନ ବିଭାଗ ପକ୍ଷରୁ ସର୍ଭେକ୍ଷଣ

ଗରଦପୁର, ୨୪/୬/୨୦୨୨(ଓଡ଼ିଶା ସମାଚାର)- ନଦୀଗୁଡିକର ଜଳ ସମୁଦ୍ରକୁ ବୋହିଯାଉଥିବାରୁ ଏହାର ଜଳକୁ ନଦୀ ମଧ୍ୟରେ ବ୍ୟାରେଜ ନିର୍ମାଣ କରାଯାଇ ଅଟକ ରଖାଯାଇ ଅନ୍ତଃ ନଦୀ ଜଳ ସଂରକ୍ଷଣ କରାଯିବା ପାଇଁ ଜଳସେଚନ ବିଭାଗର ପଦସ୍ଥ ଅଧିକାରୀମାନେ ଚିତ୍ରୋତ୍ପଳା ଓ ଲୁଣା ନଦୀର ମିଳନସ୍ଥଳରେ ସର୍ଭେକ୍ଷଣ କରି ଫେରିଯାଇଛନ୍ତି । ପାଟକୁରା ଜଳସେଚନ ବିଭାଗ ସୂତ୍ରରୁ ଜଣାଯାଇଛି ଯେ, ଲୁଣା ଓ ଚିତ୍ରୋତ୍ପଳା ନଦୀର ଜଳକୁ ସଂରକ୍ଷଣ କରାଯିବା ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଧେଶରେ ଲୁଣା ଓ ଚିତ୍ରୋତ୍ପଳା ନଦୀର ଜଳକୁ ସଂରକ୍ଷଣ କରାଯିବା ପାଇଁ ନଦୀ ଦ୍ୱୟର ମିଳନସ୍ଥଳ କୁଆଁରପାଳ ନିକଟସ୍ଥ ନଦୀପଠା ସ୍ଥାନରେ ବିଭାଗୀୟ ଅଧିକାରୀମାନେ ସର୍ଭେ କରି ଆକ୍ସିସ୍ (ଆକ୍ଷାଶଂ ଓ ଦ୍ରାର୍ଘିମା) ନିରୁପଣ କରିଥିଲେ । ଏହି ସର୍ଭେକ୍ଷଣରେ କେନ୍ଦ୍ରାପଡା ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ପ୍ରବୋଧ କୁମାର ରାଉତ, ପାଟକୁରା ଜଳ ସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ପ୍ରାଣନାଥ ମୁଣ୍ଡା,ପାଟକୁରା ସେକ୍ସନ୍ର କନିଷ୍ଟ ଯନ୍ତ୍ରୀ ଇଂ. ଦୁଃଶାସନ ବାରିକ୍ ଓ କୁଳା ଏବଂ ଓସ୍ତର ସେକ୍ସନ ଦାଇତ୍ୱରେ ଥିବା ଇଂ. ସାରଦା ପ୍ରସାଦ ସାହୁ ପ୍ରମୁଖ ପରିଦର୍ଶନ କରି ସର୍ଭେ କରିଥିଲେ । ନଦୀ ପଠାରେ ସର୍ଭେକ୍ଷଣ ସମୟରେ ଏହି ଇଂଜିନିୟରିଙ୍ଗ୍ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ସର୍ବୋଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ସାଟେଲାଇଟ୍ ମାଧ୍ୟମରେ ଆକ୍ସିସ୍ ନିରୁପଣ କରିଥିଲେ । ନଦୀର ଜଳ ସମୁଦ୍ରକୁ ବୋହି ଯାଉଥିବାରୁ ଆନ୍ତଃ ନଦୀ ଜଳ ସଂରକ୍ଷଣ କରାଯିବା ପାଇଁ ନଦୀ ମଧ୍ୟରେ ବ୍ୟାରେଜ ନିର୍ମାଣ କରାଯାଇ ଉଦବୃତ ଜଳକୁ ସଂରକ୍ଷଣ କରାଯାଇ ପାଶ୍ୱର୍ବର୍ତୀ ଗ୍ରାମଗୁଡିକର ଲୋକମାନଙ୍କର କୃଷିକ୍ଷେତ୍ରରେ ବିନିଯୋଗ କରାଯିବା ଓ ମେଗା ପ୍ରକଳ୍ପ ଭଳି ବୃହତ୍ କାର୍ଯ୍ୟରେ ଲଗାଯାଇ ପାରିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ. ରାଉତ ସୂଚନା ଦେଇଛନ୍ତି । ପରେ ଏହି ଇଂଜିନିୟରିଙ୍ଗ୍ ପ୍ରତିନିଧି ଦଳ ଲୁଣା ଓ ଚିତ୍ରୋତ୍ପଳା ନଦୀର ମିଳନ ସ୍ଥଳ କୁଆଁରପାଳ ନିକଟସ୍ଥ ସ୍ଥାନକୁ ପରିଦର୍ଶନ କରିଥିଲେ । ଏହି ସର୍ଭେକ୍ଷଣ ସମୟରେ ସ୍ଥାନୀୟ କେତେକ ଗ୍ରାମର ଲୋକମାନଙ୍କ ସହିତ ଏହି ଇଂଜିନିୟରିଙ୍ଗ୍ ପ୍ରତିନିଧି ଦଳ କେତେକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ  ଙ୍କ ଆତ୍ମହତ୍ୟା ସୂଚନା 

ପୁରୀ,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ  ଆତ୍ମହତ୍ୟା କରିଥିବା ସୂଚନା  । ମୃତ ଯୁବକ ଜଣକ …

Leave a Reply

Your email address will not be published.